ବ୍ୟାଙ୍କରେ ଫେରାଇ ଦିଅନ୍ତୁ ୨ ହଜାର ଟଙ୍କିଆ ନୋଟ୍‌, ରିଜର୍ଭ ବ୍ୟାଙ୍କ କହିଲେ ଥରକେ ବଦଳାଇ ପାରିବେ ଏତିକି ଟି ନୋଟ୍‌

one can deposit 20 pieces of 2000 denominations in one time in bank

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣଙ୍କ ପାଖେ ୨ ହଜାର ଟଙ୍କିଆ ନୋଟ୍‌ ଅଛିକି? ଯଦି ଅଛି ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ବଦଳାଇ ଦିଅନ୍ତି । କାରଣ ସେପ୍ଟେମ୍ବର ୩୦ ପରେ ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ । ଏନେଇ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଆରବିଆଇ ପକ୍ଷରୁ କୁହାଯାଇଛି କି ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ । ଏହା ପୂର୍ବ ଭଳି କାରବାରରେ ବ୍ୟବହାର ହୋଇପାରିବ । ଗ୍ରାହକ ମାନେ ମେ ୨୩ ରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି ଟଙ୍କାକୁ ବ୍ୟାଙ୍କରେ ବଦଳାଇ ଅନ୍ୟ ନୋଟ (୫୦୦,୨୦୦,୧୦୦ ଇତ୍ୟାଦି) ନେଇପାରିବେ ।

ଅଧିକ ପଢ଼ନ୍ତୁ : ମହିଳାଙ୍କ ପାଇଁ ଅଧାରେ ରହିଗଲା ସାବିତ୍ରୀ ବ୍ରତ , ସାବିତ୍ରୀ ବ୍ରତରେ ପୁଅକୁ ହରାଇଲା ମା'...

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୨ହଜାର ଟଙ୍କିଆ ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ । ଏଣୁ ଲୋକମାନେ ବ୍ୟସ୍ତ ନହୋଇ ସୁବିଧା ଅନୁସାରେ ଏହି ତାରିଖ ମଧ୍ୟରେ ୨ ବଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ ।

ଥରକେ ମାତ୍ର ୨୦ ହଜାର ବଦଳାଇ ପାରିବେ :

ଆରବିଆଇ ସୂଚନା ଅନୁଯାୟୀ, ମଇ ୨୩ ରୁ ଆପଣ ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ । ତେବେ ଆପଣ ବ୍ୟାଙ୍କରେ ଥରକେ ୧୦ଟି ନୋଟ ଅର୍ଥାତ ୨୦ ହଜାର ଟଙ୍କା ବଦଳାଇ ପାରିବେ । ବ୍ୟାଙ୍କ ମାନଙ୍କ ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏଥି ସହିତ ଗ୍ରାହକମାନଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ମଧ୍ୟ ଆରବିଆଇ କହିିଛି ।

ଅଧିକ ପଢ଼ନ୍ତୁ : ଆଉ ମାତ୍ର ୨ ଦିନ, ଆରମ୍ଭ ହେବାକୁ ଯାଉଛି ବିଷ ଯୋଗ; ଅନ୍ତହୀନ ମୁସ୍କିଲର ସାମ୍ନା କରିବେ ଏହି ୩ ରାଶି

ସୂଚନାଯୋଗ୍ୟ କେନ୍ଦ୍ର ସରକାର ନଭେମ୍ବର ୮, ୨୦୧୬ରେ ବିମୁଦ୍ରିକରଣ ଘୋଷଣା କରି ୫୦୦ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ ଓ ନୂଆ ୨ ବଜାର ଟଙ୍କିଆ ନୋଟ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ । ସେତେବେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା ।

କିନ୍ତୁ ଏବେ ବଜାରରେ ଅନ୍ୟ ନୋଟ ଯଥେଷ୍ଟ ପରିମାଣରେ ଥିବାରୁ ଏହାର ଆବଶ୍ୟକତା ଶେଷ ହୋଇଯାଇଛି । ଏଣୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରୁ ହିଁ ଏହି ନୋଟର ମୁଦ୍ରଣ ବନ୍ଦ ହୋଇଯାଇଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି ।

Share this story