୪ ଜଣଙ୍କୁ ଜୀବନ ଦେଇଗଲା ସୁଶାନ୍ତ, ଲଣ୍ଡନରେ ହୋଇଥିଲା ଦେହାନ୍ତ, ପୁରା କାହାଣୀ ପଢିଲେ ଆପଣ ବି ବାଃ ବାଃ କରିବେ...

Odia Software engineer saves life of four other persons

ଓଡ଼ିଆ ଗସିପ ବ୍ୟୁରୋ: ଲଣ୍ଡନରେ ଫେସବୁକରେ କାର୍ଯ୍ୟରତ ଯୁବକ ସୁଶାନ୍ତଙ୍କର ସେଠାରେ ହିଁ ଦେହାନ୍ତ ହୋଇଯିବା ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକୁ ଦାନ କରିବାକୁ ନିଷ୍ପତ୍ତି ନେଲେ ବାପା, ମା’ । ତାଙ୍କ ଅଙ୍ଗକୁ ନେଇ ଏବେ ୪ ଜଣ ସୁସ୍ଥ ଭାବେ ବଞ୍ଚିପାରୁଛନ୍ତି, ନୂଆ ଜୀବନ ପାଇଛନ୍ତି ।

ସୂଚନା ମୁତାବକ, ଝାରଖଣ୍ଡର ବୋକାରୋ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ସୁରେନ୍ଦ୍ର ସିଂଙ୍କ ଏକମାତ୍ର ପୁଅ ସୁଶାନ୍ତି ସିଂ ଲଣ୍ଡନରେ ଫେସବୁକ୍ ରେ ସଫ୍ଟୱେର ଇଞ୍ଜିନିଅର ଭାବେ କାମ କରୁଥିଲେ । ସେଠାରେ ପତ୍ନୀଙ୍କ ସହ ରହୁଥିଲେ ।

ଆହୁରି ପଢ଼ନ୍ତୁ : ଓଡିଶାରେ ବୁଡିଗଲା ଡଙ୍ଗା, ଚାଲିଗଲା ୪ ଜଣଙ୍କ ଜୀବନ; ଉଦ୍ଧାର କାର୍ଯ୍ୟ ଜାରି

ହେଲେ ହଠାତ୍ ମାର୍ଚ୍ଚ ୧୯ ତାରିଖରେ ସେ ଅସୁସ୍ଥ ହୋଇପଡିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କ ପତ୍ନୀ ଫୋନ କରି ଘର ଲୋକଙ୍କୁ ଜଣାଇଥିଲେ । ଘର ଲୋକ ଯାଇ ପହଞ୍ଚିବା ବେଳକୁ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କ ବ୍ରେନ ହାମ୍ରେଜ୍ ହୋଇଥିବା କହିଥିଲେ ଡାକ୍ତର । ମାର୍ଚ୍ଚ ୨୨ ତାରିଖରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା ।

ଏହି ସମୟରେ ଭାଙ୍ଗିନପଡି ବରଂ ଏକ ଦୃଢ ପଦକ୍ଷେପ ନେଲେ ସୁଶାନ୍ତଙ୍କ ବାପା, ମା’ । ପୁଅର ଅଙ୍ଗକୁ ଦାନ କରିବାକୁ ନିଷ୍ପତ୍ତି ନେଇ ଅଙ୍ଗଦାନ କେନ୍ଦ୍ରକୁ ଫୋନ କରିଥିଲେ । ଏବେ ସୁଶାନ୍ତଙ୍କ ହାର୍ଟ, କିଡନୀ, ଲିଭର ଓ ଆଖି ପାଇଁ ୪ ଜଣ ବ୍ୟକ୍ତି ନୂଆ ଜୀବନ ପାଇଛନ୍ତି ।

Share this story

World Odia Language Conferene