ଛାତ୍ରଙ୍କ ବ୍ୟାଗରୁ ବାହାରିଲା ଗର୍ଭନିରୋଧକ ବଟିକା ସହ ଆପତ୍ତିଜନକ ସାମଗ୍ରୀ, ଉଠିଲା ପଡିଲା ସ୍କୁଲ...

objectionable material found from the school bags of students

ଓଡ଼ିଆ ଗସିପ ବ୍ୟୁରୋ: ଉଠିଲା ପଡିଲା ସ୍କୁଲ କାହିଁକି ନାହିଁ ଏଠି ପାଠ ଜାଗାରେ ଛାତ୍ରମାନେ ଅଧିକ ମାତ୍ରାରେ ସାଠ ରେ ମାତିଛନ୍ତି । ହଁ ଆଜ୍ଞା ଅଷ୍ଟମ, ନବମ, ଓ ୧୦ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ଗର୍ଭ ନିରୋଧକ ବଟିକା, ସହ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।

ଏହା ଦେଖି ସ୍କୁଲର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ପ୍ରିନ୍ସିପାଲ ସମସ୍ତଙ୍କ ମୁଣ୍ଡ ଟିଣ ହୋଇଯାଇଛି । ଏପରି ଘଟଣା କୌଣସି ଗୋଟିଏ ସ୍କୁଲରେ ନୁହେଁ ବରଂ ବେଙ୍ଗାଲୁରୁର ଏକାଧିକ ସ୍କୁଲରେ ଘଟିଛି ।

କଥା ହେଉଛି, କିଛି ସ୍କୁଲରେ ଏହି ଶ୍ରେଣୀର ଛାତ୍ରମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ମିଳିବା ପରେ ସେମାନଙ୍କ ବ୍ୟାଗ ତଲାସି କରାଯାଇଥିଲା । ଆଉ ସେଥିରୁ ଯାହା ମିଳିଲା ସେଥିରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କନ୍ୟାରାଶିର ବ୍ୟକ୍ତିମାନଙ୍କର ଲୁଚି ରହିଥିବା କେତେକ ଗୁପ୍ତ ରହସ୍ୟ, ଜାଣନ୍ତୁ କିଛି ଅଜଣା କଥା...

ଅଷ୍ଟମ , ନବମ, ଓ ୧୦ମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ କେବଳ ମୋବାଇଲ ଫୋନ୍ ନୁହେଁ ବରଂ ଅତି ସାଙ୍ଘାତିକ ଜିନିଷ ମିଳିଥିଲା । ସ୍କୁଲ ବ୍ୟାଗରୁ କଣ୍ଡୋମ୍ ସହ, ଗର୍ଭନିରୋଧକ ବଟିକା ମିଳିଥିଲା । ପାଣି ବୋତଲରେ ମଦ ମିଳିଥିଲା ।

ଆଉ ସେମାନଙ୍କ ବ୍ୟାଗରୁ ଲାଇଟର ଓ ସିଗାରେଟ୍ ବି ଜବତ ହୋଇଥିଲା । ଏହି ଘଟଣା ପରେ ଏଣିକିି ପ୍ରତିଦିନ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ତଲାସି କରିବାକୁ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ କୌଣସି ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ବଦଳରେ ସେମାନଙ୍କୁ କାଉନସେଲିଂ କରିବାକୁ ଯୋଜନା କରିଛନ୍ତି । ଏହାସହ ସେମାନଙ୍କ ଅଭିଭାବକଙ୍କୁ ଡକାଇ ମିଟିଙ୍ଗ କରିଥିଲେ । ଏହା ଜାଣିବା ପରେ ଅଭିଭାବକ ମାନେ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ । ସେମାନଙ୍କ ପିଲାମାନଙ୍କ ବ୍ୟବହାରରେ କିଛି ଦିନି ହେବ ପରିବର୍ତ୍ତନ ଦେଖିଥିବା କହିଥିଲେ ।

ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ବର୍ତ୍ତମାନ ଛାତ୍ର ସମାଜର ମାନସିକ ସ୍ଖଳକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Share this story