ମଞ୍ଚରେ ଭାଷଣ ଦେଉଥିବା ସମୟରେ ଅଚେତ୍‌ ହୋଇଗଲେ ଗଡ଼କରୀ, ଜାଣନ୍ତୁ ଏବେ କିପରି ଅଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା
 

Nitin Gadkari Faints During Rally In Maharashtra
ସଭାରେ ଭାଷଣ ଦେଉଥିଲେ ଅଚେତ୍‌ ହୋଇଗଲେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମହାରାଷ୍ଟ୍ର ୟବତମାଲରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଭାଷଣ ଦେଉଥିବା ସମୟରେ ଅଚାନକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଗଡ଼କରୀ ୟବତମାଲର ପୁସଦରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ସମୟରେ ଏଭଳି ଅଘଟଣ ଘଟିଥିଲା। ‌ସୁରକ୍ଷାକର୍ମୀ ଓ ଉପସ୍ଥିତ ଲୋକେ ତାଙ୍କୁ ଟେକି ନେଇ ତୁରନ୍ତ ପ୍ରାଥମିକ ଚିକିତ୍ସାପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। 

ଏହି ସମୟରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କ ସହ ଉପସ୍ଥିତ ଥିଲେ। ସେତେବେଳେ କୁହାଯାଇଥିଲା ଯେ, ତାଙ୍କର ସୁଗାର ଲେବଲ୍‌ କମ୍‌ ହୋଇଯିବା ହେତୁ ଗଡ଼କରୀଙ୍କ ମୁଣ୍ଡ ବୁଲାଇଥିଲା । ତାଙ୍କୁ ତୁରନ୍ତ ପାଣି ଓ ସୁଗାର ଲେବଲ୍‌ ବଢ଼ାଇବାକୁ ପେଡା ଦିଆଯାଇଥିଲା । ଏହାପୂର୍ବରୁ ମଧ୍ୟ ଏକ ରାଲିରେ ତାଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିଥିଲା।

ଅଧିକ ପଢନ୍ତୁ : କେବେ ବି ହେବନି ଫ୍ୟାଟି ଲିଭର, ବାସ୍ ଖାଆନ୍ତୁ ଏହି ଖାଦ୍ୟ, ଦୂର ହେବ ଲିଭର ସମସ୍ୟା!

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ନାଗପୁର ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଏଠାରେ ଗଡ଼କରୀ କଂଗ୍ରେସ ପ୍ରାର୍ଥୀ ବିକାଶ ଠାକରେଙ୍କ ସହିତ ଲଢୁଛନ୍ତି। ଗଡ଼କରୀ ଏହି ଆସନରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି।


ତେବେ କିଛି ସମୟ ପରେ ନୀତିନ ଗଡ଼କରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି କହିଛନ୍ତି ଯେ ପ୍ରବଳ ଗରମ ହେତୁ ସେ ସେ ନିଜକୁ ଅସହଜ ମନେ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

Share this story