ଅମଙ୍ଗଳ ରବିବାର; ଖାଇକୁ ଖସିଲା ସେନା ଗାଡି, ୯ ଯବାନ ସହିଦ

nine jawans died in road accident

ଓଡ଼ିଆ ଗସିପ ବ୍ୟୁରୋ: ଲଦାଖରେ ବଡ ଦୁର୍ଘଟଣା ଘଟିଛି । ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସିପଡିଛି । ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି ।

ଲଦାଖର କ୍ୟାରି ସହରଠାରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଘଟଣାରେ ଆଉ କିଛି ଯବାନ ଆହତ ହୋଇଥିବା ଖବର ମିଳିଛି ।

ଅଧିକ ପଢ଼ନ୍ତୁ: ଫେଲ୍‌ ମାରିଲା ଚନ୍ଦ୍ରରେ ପହଞ୍ଚିବାର ସ୍ବପ୍ନ, ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ ପୂର୍ବରୁ କ୍ରାସ୍ ହେଲା ଲୁନା-୨୫

ଅଧିକ ପଢ଼ନ୍ତୁ: ରାତିରେ ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁନି ଏହି ୮ ଜିନିଷ, ନଚେତ୍ କର୍କଟ ଭଳି ହୋଇପାରେ ଭୟଙ୍କର ରୋଗ!

ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏହି ଦର୍ଘଟଣା ଘଟିଛି । ୧୦ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ‌ଏହି ଟ୍ରକ୍ ରାସ୍ତାରୁ ଖସି ନଦୀରେ ପଡ଼ି ଯାଇଥିଲେ । ଗୋଟିଏ ଟ୍ରକରେ ୨ ଜୁନିୟର କମିଶନ ଅଫିସର ଏବଂ ୭ ଯବାନ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ଗୋଟିଏ ଏସୟୁଭି, ଟ୍ରକ୍ ଓ ଆମ୍ବୁଲାନ୍ସ ସମେତ ୩ଟି ଗାଡ଼ିରେ ମୋଟ ୩୪ ଜଣ ଯବାନଙ୍କୁ ନେଇ ଗଠିତ ଏକ ରେକି ପାର୍ଟି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସେନାର ବରିଷ୍ଠ ଅଧିକାରୀ ଓ ସେନାର ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ତେବେ ଏହି ଘଟଣାରେ ସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Share this story