୨ ବର୍ଷ ଧରି ନିଜ ୧୩ ବର୍ଷର ନାବାଳିକା ଝିଅକୁ ଜୀବନରୁ ମାରି ଦେବାକୁ କହି କରୁଥିଲା ବଳାତ୍କାର

ଓଡ଼ିଆ ଗସିପ୍ ବ୍ୟୁରୋ: ଗତ ଦୁଇ ବର୍ଷ ମଧ୍ୟରେ ନିଜ ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ଜଣେ ୩୫ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ବୋଲି ଶିବାଜୀ ନାଗର ପୋଲିସ କହିଛି, ପୋଲିସ ଏହା ମଧ୍ୟ କହିଛି ଯେ ୧୩ ବର୍ଷ ବୟସ୍କା ପୀଡିତାଙ୍କ ମା ଦେଖିବା ପରେ ଏହି ଅପରାଧ ସାମ୍ନାକୁ ଆସିଛି।
ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
ଉଲ୍ଲେଖଯୋଗ୍ୟ, ଏହି ଦମ୍ପତିଙ୍କର ଅନ୍ୟ ଦୁଇ ଝିଅ ମଧ୍ୟ ଅଛନ୍ତି ଏବଂ ବ୍ୟକ୍ତି ଜଣକ ଗୋଭାଣ୍ଡିର (Govandi) ବାଇଗାନୱାଡି (Baiganwadi) ଅଞ୍ଚଳରେ ଏକ ଖାଦ୍ୟ ଷ୍ଟଲ୍ ଚଳାନ୍ତି।ଝିଅର ମାଆଙ୍କ ଅଭିଯୋଗ ଆଧାରରେ ‘ଆଇପିସି’ର ବିହିତ ଧାରା ଓ ‘ପୋକ୍ସୋ ଆଇନ୍’ ଅନୁଯାୟୀ ପୁଲିସ ଶନିବାର ଦିନ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଅଧିକ ପଢନ୍ତୁ :ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ସ୍ବାମୀର ଆଚାରବ୍ୟବହାରରେ ସନ୍ଦିହାନ ହୋଇ ମହିଳାଜଣକ ଝିଅକୁ ପଚାରିବାରୁ ସବୁ କଥା ଜଣାପଡ଼ିଥିଲା। ଝିଅ କହିଲା ଯେ, ୨ ବର୍ଷ ହେବ ବାପା ତା’ ସହିତ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଘରେ ଦୁଷ୍କର୍ମ କରିବା ସହିତ ବିଭିନ୍ନ ସ୍ଥାନକୁ ନେଇ ବାପା ତା’ ଅନେକ ଥର ଦୁଷ୍କର୍ମ କରିଥିବା କଥା ଝିଅଟି ପୁଲିସକୁ ବି କହିଛି।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
ଉକ୍ତ ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, ଜେରା କରାଯିବା ବେଳେ ଉକ୍ତ ୩୫ ବର୍ଷିୟ ବ୍ୟକ୍ତି ଅପରାଧ ସ୍ବୀକାର କରିଛନ୍ତି। ଆମେ ତାଙ୍କ ସ୍ବୀକାରୋକ୍ତିର ଭିଡିଓ ରେକର୍ଡିଙ୍ଗ୍ କରିଛୁ। ତାହାକୁ ‘ଚାର୍ଜସିଟ୍’ ସହିତ ପ୍ରମାଣ ଭାବେ ଉପସ୍ଥାପନ କରାଯିବ। ଅଭିଯୁକ୍ତଙ୍କୁ ରବିବାର ଦିନ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ୫ ଦିନ ପାଇଁ ପୁଲିସ ହାଜତକୁ ରିମାଣ୍ଡ୍ରେ ପଠାଯାଇଛି ବୋଲି ଘଟଣାର ତଦନ୍ତକାରୀଙ୍କ ଠାରୁ ଜଣା ପଡିଛି।
ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ!