ଭୟଙ୍କର ମୋଡରେ ଇସ୍ରାଏଲ୍-ହମାସ୍ ଯୁଦ୍ଧ, ୨୪ ଘଣ୍ଟା ମଧ୍ୟରେ ଗାଜା ଛାଡିବାକୁ ଗାଜାବାସୀଙ୍କୁ ନିର୍ଦ୍ଦେଶ ଦେଲା ଇସ୍ରାଏଲ ସେନା
 

Move South For Your Own Safety Israel Tells Gaza Residents
ଭୟଙ୍କର ମୋଡରେ ଇସ୍ରାଏଲ୍-ହମାସ୍ ଯୁଦ୍ଧ

ଓଡ଼ିଆ ଗସିପ୍ ବ୍ୟୁରୋ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଘନ ଘନ ମିଜାଇଲ ମାଡ ହେଉଛି । ଏହାରି ମଧ୍ୟରେ ଇସ୍ରାଏଲ ସଂଲଗ୍ନ ଗାଜା ସୀମାନ୍ତରୁ ୧୧ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ସ୍ଥାନ ଛାଡିବାକୁ ଚେତାବନୀ ଦେଇଛି ଇସ୍ରାଏଲ ସେନା । ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ ନାଗରିକଙ୍କୁ ଗାଜାର ଦକ୍ଷିଣ ଅଂଚଳକୁ ଚାଲିଯିବାକୁ କୁହାଯାଇଛି । 

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

ଇସ୍ରାଏଲ ସେନା ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଜାତିସଂଘ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇସ୍ରାଏଲ ସୀମାନ୍ତ ଗାଜାର ଏହି ଅଂଚଳରୁ ଥିବା ଜାତିସଂଘ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

adimg

ଅଧିକ ପଢ଼ନ୍ତୁ: ୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଡିଓ ଭାବେ ବଦଳି, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି 

ଇସ୍ରାଏଲ ସେନାର ଏପରି ନିର୍ଦ୍ଦେଶ ଦେବା ପରେ ଭୟଙ୍କର ପରିଣାମର ପୂର୍ବାନୁମାନ କରିଛି ଜାତିସଙ୍ଘ । ଇସ୍ରାଏଲ୍ ଖୁବ୍ ଶୀଘ୍ର ଏହାର ଉତ୍ତର ପାର୍ଶ୍ୱରୁ ଘାତକ ଆକ୍ରମଣ କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛନ୍ତି। ଗାଜା ସହର ତଳେ ଥିବା ଟନେଲରେ ହମାସ ସଂଗଠନ କର୍ମୀ ଲୁଚି ରହିଥିବା ନେଇ ଇସ୍ରାଏଲ୍ ସୈନ୍ୟବାହିନୀ ଅନୁମାନ କରୁଛି । 

ଏଥିପାଇଁ ସେଠାରେ ଥିବା ସାଧାରଣ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବାକୁ କୁହାଯାଇଛି। ଏଥିପାଇଁ ଗାଜାବାସୀଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଛି। କିନ୍ତୁ, ଏହି ଆଦେଶକୁ ଜାତିସଂଘର ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ୍‌ ନରସଂହାର ବିନା ଅସମ୍ଭବ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

ସେପଟେ ଇସ୍ରାଏଲ ପଡୋଶୀ ସିରିଆର ଦୁଇ ଏୟାରପୋର୍ଟ ଉପରେ ମଧ୍ୟ ଆକ୍ରମଣ କରିଛି । ଦସ୍ମିକ ଏବଂ ଆଲେପ୍ପୋ ବିମାନବନ୍ଦରରେ ବୋମା ବର୍ଷଣ କରିଥିଲା ଇସ୍ରାଏଲ ସେନା । ଏହାପରେ ଏହି ଦୁଇ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଛି । ଇସ୍ରାଏଲ ଏବଂ ଲେବନାନ ମଧ୍ୟରେ ମଧ୍ୟ ଏହି ବିବାଦୀୟ ସ୍ଥାନକୁ ନେଇ ଦୁଇ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

Share this story