ମନ୍ତ୍ରୀଙ୍କ ସଚିବଙ୍କ ଘରେ ଟଙ୍କାର ପାହାଡ଼, ନୋଟ୍ ଗଣିଗଣି ହାଲିଆ, ସାରା ରାତି ପଚରା ଉଚୁରା ପରେ ସକାଳେ ଗିରଫ
 

Mountain Of Cash Found In Raid On House Help Of Ministers Aide in Jharkhand
ମନ୍ତ୍ରୀଙ୍କ ସଚିବଙ୍କ ଘରେ ଟଙ୍କାର ପାହାଡ଼
 

ଓଡ଼ିଆ ଗସିପ୍ ବ୍ୟୁରୋ: ଝାଡଖଣ୍ଡର ରାଜଧାନୀ ରାଞ୍ଚିର ବିଭିନ୍ନ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ୩୨ କୋଟି ଟଙ୍କାର ହିସାବ ବିହୀନ କୋଟି ଟଙ୍କା ଜବତ ହେବା ପରେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏସ୍‍) ସଞ୍ଜୀବ ଲାଲ୍‍ ଏବଂ ତାଙ୍କ ଗୃହ ସହାୟକଙ୍କୁ ଗିରଫ କରାଯାଇଛି। ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରେ ପାହାଡ଼ ପରି ଟଙ୍କା ଗଦା ହୋଇଥିବା ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।

ବେଆଇନ ଅର୍ଥ କାରବାର ମାମଲାରେ  ସୋମବାର ଦିନ ଏକାଧିକ ସ୍ଥାନରେ ଚଢ଼ଉ କରି ଇଡଇ ଏହି ଅର୍ଥ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ। ସାରା ରାତି ପଚରା ଉଚୁରା ପରେ ସକାଳେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। 

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ଝରଡ଼ଖଣ୍ଡରେ ଏବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭବେ କାର୍ଯ୍ୟ କରୁଛନ୍ତି କଂଗ୍ରେସ ନେତା ଆଲାମଗିରି ଆଲାମ। ତାଙ୍କର ପିଏସ୍‍ ହେଉଛନ୍ତି ଶ୍ରୀ ଲାଲ୍‍। ସୋମବାର ଦିନ ଶ୍ରୀ ଲାଲ୍‍ଙ୍କ ଘରୋଇ ସହାୟକଙ୍କ ରାଞ୍ଚି ବାସଭବନରେ ଚଢ଼ଉ କରିଥିଲା। 


ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁରନୀତି ପ୍ରସଙ୍ଗର ତଦନ୍ତ କ୍ରମେ ଇଡଇ ଏହି ଚଢ଼ଉ କରିଥିଲା। ଏହି ଘରୁ ୩୨ କୋଟି ଏବଂ ଅନ୍ୟ ସ୍ଥାନରୁ ତିନି କୋଟି ଜବତ ହୋଇଥିଲା। ଏହାଦ୍ୱାରା ସମୁଦାୟ ଜବତ ହୋଇଥିବା ଟଙ୍କା ପରିମାଣ ୩୫ କୋଟି ୨୩ ଲକ୍ଷରେ ପହଞ୍ଚିଥିବା କୁହାଯାଇଛି।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଚିନ୍ତାରେ ବୁଡ଼ି ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story