ମନ୍ଦିରକୁ ମୋବାଇଲକୁ ମନା; ପୂଜାସ୍ଥଳୀ ଗୁଡିକର ପବିତ୍ରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ...

mobile banned inside temples directs court

ଓଡ଼ିଆ ଗସିପ୍ ବ୍ୟୁରୋ: ମନ୍ଦିରକୁ ମୋବାଇଲକୁ ମନା; ପୂଜାସ୍ଥଳୀ ଗୁଡିକର ପବିତ୍ରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ହଁ ଆଜ୍ଞା, ତାମିଲନାଡୁର ମନ୍ଦିର ଗୁଡିକରେ ମୋବାଇଲ ଫୋନ ବ୍ୟବହାର ଉପରେ ଲାଗିଲା କଟକଣା ।

ଏଣିକି ତାମିଲନାଡୁର ସବୁ ମନ୍ଦିରକୁ ମୋବାଇଲ ଫୋନ ନେବା ଉପରେ କଟକଣା ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ । ପୂଜାସ୍ଥଳୀ ଗୁଡିକର ପବିତ୍ରତା ବଜାୟ ରଖିବାକୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା କୋର୍ଟ କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ଲାଞ୍ଚୁଆ ପୋଲିସ ଏସଆଇ, ପୋଲିସ ବାବୁଙ୍କ ଠାରୁ ଠାବ ହେଲାଣି ୧.୫ ଟଙ୍କାର ସମ୍ପତି, ଜାଣନ୍ତୁ କଣ ସବୁ ରହିଛି...

ଏବଂ ଏଥିପାଇଁ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଯେମିତି କିଛି ଅସୁବଧା ନହୁଏ ସେଥିପାଇଁ ମନ୍ଦିର ଗୁଡିକରେ ଫୋନ୍ ଡିପୋଜିଟ ଲକରର ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୋର୍ଟଙ୍କ ନିର୍ଦ୍ଦେଶର ପାଳନ ସୁନିଶ୍ଚିତ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।

ତାମିଲନାଡୁର ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟ ଏହି ରାୟ ଦେଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପଟିଆ ପଡ଼ିଆ ପାଚେରୀ କଡ଼େ ମିଳିଲା ୧୫୦ ଟଙ୍କାର ସେକ୍ସ ମଜା; ଯ଼ୁବତୀ ନହେଲା ନାହିଁ କିନ୍ନର ସହ ଡାରେନାରେ ହେଲେ ଲଫଙ୍ଗା...

ମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଧ୍ୟାନ ଭଙ୍ଗ ହେବା ସହ ଠାକୁରଙ୍କ ଫଟୋ ଉଠାଇବା ‘ଆଗମ’ ପରମ୍ପରା ବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଥିଲେ । ଏହି ମାମଲାର ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ସବୁ ମନ୍ଦିରରେ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ।

Share this story