୧୨ ବର୍ଷର ପୁଅକୁ ଝୁଣି ଖାଇଲେ ବୁଲା କୁକୁର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଗଲା ଜୀବନ

minor died from street dog bite

ଓଡ଼ିଆ ଗସିପ ବ୍ୟୁରୋ: ଆଜିକାଲି ବୁଲା କୁକୁରଙ୍କ ଆକ୍ରମଣରେ ପିଲାମାନେ ଗୁରୁତର ହେବା ଏପରିକି ମୃତ୍ୟୁମୁଖରେ ପଡିବା ଭଳି ଖବର ବାରମ୍ବାର ସାମ୍ନାକୁ ଅସୁଛି । ଏଭଳି ଆଉ ଏକ ଦୟନୀୟ ଘଟଣା ଘଟିଛି ବରେଲିରେ ।

୧୨ ବର୍ଷର ପୁଅ ଆୟାନ ଖେଳିବାକୁ ଯାଇ ଫେରୁଥିବା ସମୟରେ ତାକୁ ଘେରିଯାଇଥିଲେ କିଛି ବୁଲା କୁକୁର । ଘେରିଯାଇ କାମୁଡିଲାବେଳକୁ ଆୟାନ ଦୌଡିବାକୁ ଆରମ୍ଭ କରିଥିଲା । ହେଲେ କିଛି ବାଟ ଯାଇ ପଡିଯିବାରୁ ପୁଣି ଥରେ କାମୁଡିଥିଲେ ।

ଆହୁରି ପଢ଼ନ୍ତୁ : ପୁରୀ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ୨ମୃତ ଓ ଜଣେ ଗୁରୁତର

ଆୟାନର ଚିତ୍କାର ଶୁଣି ଜଣେ ଯୁବକ ପାଖ ଲୋକଙ୍କୁ ଡାକି ଆଣିବା ବେଳକୁ ଆୟାନ ରକ୍ତାକ୍ତ ହୋଇଯାଇଥିଲା । କୁକୁରଙ୍କୁ ଘଉଡାଇବା ବେଳକୁ ଆୟାନର ଅବସ୍ଥା ଗୁରୁତର ହୋଇଯାଇଥିଲା । ତାକୁ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଥିଲେ ବି ସେଠାରେ ଆୟାନର ମୃତ୍ୟୁ ହୋଇଥିଲା ।

Share this story

World Odia Language Conferene