ଜଳିଗଲା ସେନା ଗାଡି, ୪ ଯବାନ ସହିଦ
Apr 20, 2023, 18:55 IST

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ସହିଦ ହେଲେ ଯବାନ । ଜାମ୍ମୁକାଶ୍ମୀରରେ ପୁଣି ସହିଦ ହୋଇଛନ୍ତି ଦେଶର ଯବାନ । ତେବେ ଏଥର ଶତ୍ରୁ ଦେଶର ଆକ୍ରମଣରେ ନୁହେଁ ବରଂ ସେନା ଗାଡିରେ ନିଆଁ ଲାଗିବାରୁ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି ।
ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ବଡ଼ ଦେଉଳରୁ ବଡ଼ ବିପତ୍ତିର ସୂଚନା : ୨୦୨୩ ରେ ଓଡ଼ିଶାରେ ଯିବ ବଡ଼ ନେତାଙ୍କ ଜୀବନ!
ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ସେନା ଗାଡିରେ ଅଚାନକ ନିଆଁ ଲାଗିଯିବାରୁ ଏହା ଭିତରେ ଥିବା ୪ ଜଣ ଯବାନ ସହିଦ ହୋଇଛନ୍ତି । ତେବେ ନିଆଁ କେମିତି ଲାଗିଲା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।