ଏକ ଘର ଉପରେ ଖସି ପଡିଲା ବାୟୁସେନାର ମିଗ୍‌-୨୧ ବିମାନ, ୨ ମୃତ

Mig 21 of Indian Airforce crashed

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜସ୍ଥାନର ହନୁମାନଗଡରେ ବାୟୁସେନାର MIG-21 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

ବାୟୁସେନାର ଫାଇଟର ଜେଟ୍‌ ମିଗ୍‌-୨୧ ଏକ ଘର ଉପରେ ଖସି ପଡିଛି । ବିମାନ ଖସିବା ଯୋଗୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । କିନ୍ତୁ ଏହି ଦୁର୍ଘଟଣାରେ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ : ଓଡ଼ିଶାରେ ଶସକ୍ତ ହେବ ଆପ, ବିଜେପି ଛାଡି ରାଜ୍ୟ ମଙ୍ଗ ଧରିବେ ବୈଜୟନ୍ତ, ଡିଲ ଶେଷ; ଦେଖନ୍ତୁ ଭିଡିଓ...

ସ୍ଥାନୀୟ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ସେନାର ଯୁଦ୍ଧ ବିମାନ MiG 21 ନିୟନ୍ତ୍ରଣ ବାହାରକୁ ଯାଇ  ଘର ଛାତ ଉପରେ ପଡ଼ିଯାଇଥିବା କୁହାଯାଉଛି । ବିମାନର ଖଣ୍ଡଗୁଡ଼ିକ ଘଟଣାସ୍ଥଳରେ ପଡ଼ିରହିଛି ।

ବିମାନ ଦୁର୍ଘଟଣା ପରେ ସେଠାରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ଉକ୍ତ ଘରେ ଥିବା ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ଜଣେ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିମାନରେ ଥିବା ଉଭୟ ପାଇଲଟ ଦୁର୍ଘଟଣାରେ ସୁରକ୍ଷିତ ଅଛନ୍ତି ।

Share this story