ଭୂମିକମ୍ପର ଜୋରଦାର ଝଟ୍‌କା; ଥରି ଉଠିଲା ନେପାଳ...ବଢି ଚାଲିଛି ମୃତ୍ୟୁ ସଂଖ୍ୟା
 

Massive earthquake in Nepal kills 128
ଭୂମିକମ୍ପର ଜୋରଦାର ଝଟ୍‌କା
 

ଓଡ଼ିଆ ଗସିପ୍ ବ୍ୟୁରୋ: ନେପାଳରେ ଭୟଙ୍କର ଭୂମିକମ୍ପ । ଗତକାଲି ବିଳମ୍ବିତ ରାତ୍ରୀରେ ଆସିଥିବା ବଡ଼ ଧରଣର ଭୂକମ୍ପ ଝଟକାରେ ୧୨୮ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦୦ରୁ ଅଧିକ ଗୁରୁତର ରହିଛନ୍ତି। ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ବହୁ ଅଟ୍ଟାଳିକା ଓ ଘର ଭାଙ୍ଗି ଯାଇଥିବା ବେଳେ ବହୁ ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରାଯାଉଛି। ଭଗ୍ନାବଶେଷ ତଳେ ଆହୁରି ଲୋକ ମିଳୁଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଅଧିକ ପଢ଼ନ୍ତୁ :ଦୀପାବଳି ପୂର୍ବରୁ ଏହି 3 ଟି ସ୍ୱପ୍ନ ଶୁଭ, ଖୁସି ଖବର ମିଳିବା ସହ ମିଳିବ ପ୍ରବଳ ଟଙ୍କା !

ନ୍ୟାସ୍‌ନାଲ୍‌ ଆର୍ଥକ୍ବେକ୍‌ ମେଜର୍‌ମେଣ୍ଟ୍‌ ସେଣ୍ଟର୍‌ର ଅଧିକାରୀମାନେ କହିବା ଅନୁସାରେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଜାଜରକୋଟ୍‌ ଜିଲ୍ଲା ଅନ୍ତର୍ଗତ ଲାମିଡାଣ୍ଡା ଅଞ୍ଚଳ। ଗତରାତି ୧୧.୩୨ରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ଲୋକେ ଶୋଇଥିବା ବେଳେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଫଳରେ ଅନେକ ଜାଣି ପାରି ନଥିଲେ କଣ ହେଲା । ହଠାତ୍ ଘରୁ ବାହାରି ପାରି ନଥିଲେ ।ମାଟିରେ ମିଶିଛି ବହୁ ଘରଦ୍ବାର, ବିଲଡିଂ । ଧ୍ବଂସାବଶେଷ ତଳୁ ଏବେ ଜୀବନ ଖୋଜା ଚାଲିଛି। ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ ।

ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!

ସେପଟେ ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା ।ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକଂପର ଝଟକା ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ଲୋକେ ଛାନିଆ ହୋଇ ଯାଇଥିଲେ। । ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା। ଏହା ପରେ ଲୋକେ ଘର ଭିତରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ଲକ୍ଷ୍ନୌରେ ମଧ୍ୟ ଲୋକେ ଭୂକଂପ ଝଟକା ଅନୁଭବ କରିଛନ୍ତି। ଲୋକେ ଶୋଇବାକୁ ଯାଉଥିବା ବେଳେ ଏହି ଝଟକା ଆସିଥିଲା। ଏହା ପରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଚାଲିଆସିଥିଲେ। ପୁଣି ଥରେ ଝଟକା ଆସିବା ଆଶଙ୍କାରେ ଲୋକେ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ :ଆଜିଠୁ ଆରମ୍ଭ ହେଲା ଗୃହ ଲକ୍ଷ୍ମୀ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ!
 

Share this story