ଦେଖନ୍ତୁ ଭିଡିଓ, ୮ଥର ଟ୍ରାକ୍ଟର ଚଢ଼ାଇ ହତ୍ୟା, ଚିତ୍କାର ଶୁଣି ଲୋକେ ଭିଡିଓ କଲେ ପଛେ ଉଦ୍ଧାର କଲେ ନାହିଁ

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜସ୍ଥାନର ଭରତପୁରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି କ୍ରୁରତାର ସବୁ ସୀମା ଟପିଯାଇଛି ସଭ୍ୟ ସମାଜର ମଣିଷ । ଏଠାରେ ଦୁଇ ପକ୍ଷ ମଧ୍ୟରେ ବିବାଦୀୟ ଜମିକୁ ନେଇ ଝଗଡା ହୋଇଥିଲା । ଏହି ଝଗଡା ଏପରି ଭୟଙ୍କର ରୂପ ନେଇଥିଲା ଏଥିରେ ଜଣେ ବ୍ୟକ୍ତିଙ୍କୁ ପରିବାର ଲୋକଙ୍କ ସାମ୍ନାରେ ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ପରିବାର ଲୋକମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ ବି ପାରି ନ ଥିଲେ । ରାକ୍ଷସ ପାଲଟି ଯାଇଥିବା ଟ୍ରାକ୍ଟର ଚାଳକ ଏପରି ଦ୍ରୁତ ଗତିରେ ବ୍ୟକ୍ତିଙ୍କ ଉପରେ ଟ୍ରାକ୍ଟର ଚଲାଉଥିଲା କି କେହି କିଛି କରି ପାରି ନ ଥିଲେ । ସବୁଠାରୁ ଦୁଃଖର କଥା ଥିଲା କି ସେହି ସ୍ଥାନରେ କିଛି ଲୋକ ଛିଡା ହୋଇ ଘଟଣାର ଭିଡିଓ କରୁଥିଲେ ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ଜମି ବାଡି ବିବାଦକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦରେ ୧୨ ଜଣ ଲୋକ ଗୁରୁତର ବି ହୋଇଛନ୍ତି । ସମସ୍ତଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ଘଟଣା ଭୟାନା ଥାନା କ୍ଷେତ୍ର ଅଡ୍ଡା ଗ୍ରାମର । ମିଳିଥିବା ସୂଚନା ଅନୁସାରେ ଗାଁରେ ବାହାଦୂର ସିଂ ଗୁର୍ଜର ଓ ଅତର ସିଂ ଗୁର୍ଜର ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡି ବିବାଦ ଲାଗି ରହିଥିଲା ।
ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...
ଏହି ଦୁଇ ପରିବାର ମଧ୍ୟରେ ୩ ଦିନ ତଳେ ବଡ ଧରଣର ଝଗଡା ହୋଇଥିଲା । ଏହି ବିବାଦକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ବି ହୋଇଥିଲା । ପୋଲିସ ଉଭୟ ପକ୍ଷର ୨୨ ଜଣଙ୍କ ଉପରେ ବିବାଦୀୟ ଜମିକୁ ନ ଯିବାକୁ ପ୍ରତିବନ୍ଧ ଲଗାଇଥିଲେ । କିନ୍ତୁ ବୁଧବାର ବାହାଦୂର ସିଂ ଗୁର୍ଜର ପକ୍ଷର ଲୋକମାନେ ବିବାଦୀୟ ଜମିକୁ ଟ୍ରାକ୍ଟର ନେଇକରି ଯାଇଥିଲେ ।
ଅଧିକ ପଢ଼ନ୍ତୁ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍
ଏହି ଖବର ଅପରପକ୍ଷ ଅତର ସିଂହ ଗୁର୍ଜର ପରିବାରର ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା । ସେମାନେ ଏହାର ବିରୋଧ କରିବାରୁ ଭୟଙ୍କର ଝଗଡା ଆରମ୍ଭ ହୋଇଥିଲା । ଯେତେବେଳେ ୪୫ ବର୍ଷୀୟ ନିର୍ପାଠ ସିଂହ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରୁଥିଲା ସେତେବେଳେ ଚାଳକ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ।
ଦେଖନ୍ତୁ ଭିଡିଓ
बयाना - भरतपुर का बताया जा रहा है वायरल वीडियो जिसमें जमीनी विवाद में युवक को ट्रैक्टर से कुचल कुचल कर मार डाला..!!
— MANOJ SHARMA/ मनोज शर्मा (@manojpehul) October 25, 2023
भाजपा के राष्ट्रीय प्रवक्ता @Shehzad_Ind ने उठाए कानून व्यवस्था पर सवाल..!!@PoliceRajasthan @BharatpurPolice pic.twitter.com/py6gjpIkwW
ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍ !