ଛାଡ଼ପତ୍ର ପାଇଁ ଯାଇଥିଲେ ଫୁଲମାଳ ପିନ୍ଧି ଘରକୁ ଫେରିଲେ; ଲୋକେ ଦେଖି ଆଶ୍ଚର୍ଯ୍ୟ

Man again marry his wife after filling of divorce

ଓଡ଼ିଆ ଗସିପ ବ୍ୟୁରୋ : ଆଜିକାଲି ଯୁଗରେ ବିବାହ, ଛାଡ଼ପତ୍ର ସାଧାରଣ କଥା ପାଲଟିଛି । ହେଲେ ଏମିତି ଏକ ଦମ୍ପତି ଅଛନ୍ତି, ଯେଉଁମାନେ ଡିଭୋର୍ସ ପେପର ସାଇନ କରିବାକୁ ଯାଇ ବରମାଳା ପିନ୍ଧି ଘରକୁ ଏକାଠି ଫେରିଛନ୍ତି ।

ବର୍ତ୍ତମାନ ସମୟରେ ବିବାହ ଆଉ ଛାଡ଼ପତ୍ରକୁ ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସୁଛ । କେଉଁଠାରେ ବର୍ଷ ବର୍ଷ ଧରି ଚାଲି ଆାସୁଥିବା ବିବାହ କ୍ଷଣିକରେ ବିଚ୍ଛେଦରେ ପରିଣତ ହେଇଯାଉଛି ତ ଆଉ କେଉଁଠାରେ କୋର୍ଟ ମୁହଁରୁ ଯୋଡି ପୁଣିଥରେ ନିଜ ବୈବାହିକ ଜୀବନର ଏକ ନୂଆ ପ୍ରାରମ୍ଭ କରୁଛନ୍ତି ।

ଏହା ଭିତରେ କିଛି ଏଭଳି ଘଟଣା ଶୁଣିବାକୁ ମିଳିଛି ଯାହା ଏବେ ସବୁ ଠାରେ ଚର୍ଚ୍ଚାର ବିଷୟ ପାଲିଛି । ସୂଚନା ମୁତାବକ ଛାଡ଼ପତ୍ର ଦ୍ବାରା ଭାଙ୍ଗିବାକୁ ଯାଉଥିବା ବିବାହ ଶେଷ ମୂହୂର୍ତ୍ତରେ ଅଟକି ଯାଇଛି । ଯାହାଦ୍ବାରା ଦମ୍ପତିମାନଙ୍କ ମଧ୍ୟରେ ପୁଣି ଥରେ ତାଙ୍କର ବିବାହକୁ ସୁଯୋଗ ଦେବା ପାଇଁ ମନସ୍ଥ କରିଛନ୍ତି ।

ଆହୁରି ପଢ଼ନ୍ତୁ : ଚାଣକ୍ୟ ନୀତି : କାହିଁକି ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ହୁଅନ୍ତି ଆକର୍ଷିତ ? କଣ କହୁଛି ଚାଣକ୍ୟ ନୀତି ?

କେବଳ ଏତିକି ନୁହେଁ ଆଉ କେବେ ମଧ୍ୟ ଏଭଳି ଭୁଲ କରିବେ ନାହିଁ ବୋଲି ଶପଥ ମଧ୍ୟ ଖାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ମଧ୍ୟପ୍ରଦେଶର ସାଗର ଜିଲ୍ଲା ସ୍ଥିତ ଗୋପାଳଗଞ୍ଜର ନିବାସୀ ସୋନୁ ଶର୍ମା ଆଉ ତାଙ୍କର ପତ୍ନୀ ବର୍ଷା ଶର୍ମାଙ୍କର । ଏହି ଯୋଡିଙ୍କ ଭିତରେ ଛୋଟ ଛୋଟ ଘଟଣାକୁ ନେଇ ବିବାଦ ଲାଗି ରହିଥିଲା ।

ଆଉ ଏହି କାରଣରୁ ବର୍ଷା ଅଭିମାନ କରି ନିଜ ବାପ ଘରକୁ ଚାଲିଯାଇଥିଲେ । ଏହି ଘଟଣାକୁ ୩ ବର୍ଷ ବିତିଥିବା ବେଳେ ୧ ବର୍ଷ ପୂର୍ବେ ପରିବାର ଲୋକେ ପାରିବାରିକ ନ୍ୟାୟଳୟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।

ଆଉ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଥିଲା, ଏଭଳି କି ଛାଡ଼ପତ୍ର ପାଇଁ ଆମାଉଣ୍ଟ ମଧ୍ୟ ସ୍ଥିର ହୋଇଥିଲା । କିନ୍ତୁ ଯେତେ ବେଳେ ପାରିବାରିକ ନ୍ୟାୟାଳୟରେ ଏହି ଘଟଣା ଉପସ୍ଥାପିତ ହେଲା ନ୍ୟାୟଧିଶ ଅତୁଲ ଖେଣ୍ଡଲୱାଲ ଏହି ଘଟଣା ଉପରେ ଶୁଣାଣି ଦେବା ପୂର୍ବରୁ ଦୁହେଁ ପତି-ପତ୍ନୀଙ୍କୁ ବୁଝାଇଥିଲେ । କିନ୍ତୁ ଦମ୍ପତିମାନେ କୌଣସି କଥା ଶୁଣିବା ପାଇଁ ମନା କରିଦେଇଥିଲେ । ଆଉ ଏହାପରେ ନ୍ୟାୟାଧିଶ ଏହି ଦମ୍ପତିଙ୍କର ପିତାଙ୍କୁ ଡକାଇଥିଲେ ।

ଆହୁରି ପଢ଼ନ୍ତୁ : ଓଡ଼ିଶାର ରାଜ ପରିବାରରେ ବି ଯୌତୁକ ନିର୍ଯାତନା; ବୋହୁ ଆଣିଲେ ସାଙ୍ଘାତିକ ଅଭିଯୋଗ

ତେବେ ପତି ସୋନୁ ଗୋପାଳଗଞ୍ଜରେ ରହୁଥିବା ବେଳେ ପତ୍ନୀ ବର୍ଷା ତାଙ୍କ ପିତାଙ୍କ ସହିତ କୋର୍ଟରେ ଆସି ପହଞ୍ଚିଥିଲେ । ଆଉ ନ୍ୟାୟାଧିଶ ତାଙ୍କୁ ତାଙ୍କର ଶ୍ବଶୂର ଘରକୁ ଯିବାକୁ କହିଥିଲେ । ଆଉ ଧୀରେ ଧୀରେ ଦମ୍ପତିଙ୍କ ମଧ୍ୟରେ କଥାବାର୍ତ୍ତା ହେଲା, ଯାହା ଦ୍ବାରା ଏହି ଦମ୍ପତି ପୁଣିଥରେ କୋର୍ଟ ପରିସରରେ ପରସ୍ପରଙ୍କୁ ପୁଷ୍ପମାଳ ପିନ୍ଧାଇ ନିଜର ଦାମ୍ପତ୍ୟ ଜୀବନର ନୂଆ ଆରମ୍ଭ କରିଲେ । ଯାହା ଦ୍ବାରା ଭାଙ୍ଗିବାକୁ ଯାଉଥିବା ସଂସାର ପୁଣି ଥରେ ଗଢ଼ି ଉଠିଥିଲା ।

ସୂଚନାମୁତାବକ ବର୍ଷା ଆଉ ସୋନୁଙ୍କର ବିବାହ ୨୦୧୭ରେ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ସେମାନଙ୍କ ମଧ୍ୟରେ ଛୋଟ ଛୋଟ ବିବାଦ ଲାଗି ରହୁଥିଲା, କିନ୍ତୁ କରୋନା ସମୟରେ ଏହି ବିବାଦ ବଢ଼ି ବିଚ୍ଛେଦର କାରଣ ପାଲଟିଥିଲା ।

Share this story

World Odia Language Conferene