ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ଅବପାତ ସହ ପ୍ରବଳ ବର୍ଷା ଓ ପବନ ସମ୍ଭାବନା!

Low pressure likely to turn into depression by May 24
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଓଡ଼ିଆ ଗସିପ୍ ବ୍ୟୁରୋ: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି ଉତ୍ତରପୂର୍ବ ଦିଗରେ ଗତି କରିବ। ପରେ ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ ସକାଳେ ଡିପ୍ରେସନ୍ ବା ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ। 

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଆଜିଠାରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ବହିବ ପବନ। ୨୪ ତାରିଖ ସକାଳ ବେଳକୁ ପବନର ବେଗ ସମୁଦ୍ରରେ ଅଧିକ ରହିବ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ୨୪ ତାରିଖ ସକାଳେ ଡିପ୍ରେସନ୍ ବା ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ୨୪ ତାରିଖ ସକାଳ ବେଳକୁ ପବନର ବେଗ ଅଧିକ ରହିବ। ଏ ଦୃଷ୍ଟିରୁ ଆସନ୍ତାକାଲିଠାର ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

୨୫ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ। ପାଗ ଅନୁକୂଳ ଥିବାରୁ ଲଘୁଚାପ ବାତ୍ୟାରେ ପରିଣତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ଆକଳନ କରିଛନ୍ତି। ଏପରିକି ଯଦି ବାତ୍ୟା ହୁଏ, ତେବେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ଏ ନେଇ IMD ପକ୍ଷରୁ କୌଣସି ବି ସୂଚନା ଦିଆଯାଇନାହିଁ।

ଅଧିକ ପଢନ୍ତୁ : କୌଣସି କାର୍ଯ୍ୟରେ ସମସ୍ୟା ଦେଖା ଦେବା ସହ ଏମାନଙ୍କ ପାଇଁ ଆୟର ନୂଆ ଅବସର ପ୍ରାପ୍ତ ହେବ! ପଢନ୍ତୁ ଆଜିର ରାଶିଫଳ 
 

Share this story