କୌଣସି କାର୍ଯ୍ୟରେ ସମସ୍ୟା ଦେଖା ଦେବା ସହ ଏମାନଙ୍କ ପାଇଁ ଆୟର ନୂଆ ଅବସର ପ୍ରାପ୍ତ ହେବ! ପଢନ୍ତୁ ଆଜିର ରାଶିଫଳ 

Horoscope for Wednesday 22th May 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିବ। ନକାରାତ୍ମକ ଚିନ୍ତା ଦୂର ହେବ।

ବୃଷ: ଯାତ୍ରା ଯୋଗ ଅଛି। ଯାନବାହନ କିଣିବେ। ନିବେଶରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀ ମନପସନ୍ଦ କାର୍ଯ୍ୟରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖା ଦେବ।

ମିଥୁନ: ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ପରୋପକାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

ଅଧିକ ପଢନ୍ତୁ : କର୍ମକ୍ଷେତ୍ରରେ ହତୋତ୍ସାହ ହେବା ସହ ଆର୍ଥିକ କ୍ଷେତ୍ରରେ ଚିନ୍ତିତ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

କର୍କଟ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। କୌଣସି କାର୍ଯ୍ୟରେ ସମସ୍ୟା ଦେଖା ଦେବ। ବିବାହରେ ସମସ୍ୟା ଆସିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ସିଂହ: ଚାକିରିରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କନ୍ୟା: ଚାକିରିକୁ ନେଇ କୌଣସି ସମସ୍ୟା ଦେଖା ଦେବ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ପୂଜାପାଠ ଆୟୋଜନ କରିବେ। ଆୟର ନୂଆ ଅବସର ପ୍ରାପ୍ତ ହେବ।

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ବିବାହ ପ୍ରସ୍ତାବ ଆସିବ। ରାଜନୀତିରେ ସଫଳତା ମିଳିବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ବିଛା: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ସୁଖଶାନ୍ତିରେ କଟିବ। ବିଦ୍ୟାର୍ଥୀ ପଢ଼ାରେ ମନୋନିବେଶ କରିବେ।

ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।

ମକର: ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ।

କୁମ୍ଭ: ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ନିବେଶରୁ ଦୂରେଇ ରୁହନ୍ତୁ। ଘରେ ପୂଜାପାଠ ଆୟୋଜନ ହେବ। ବିବାହ ସମସ୍ୟାରେ ସମାଧାନ ହେବ। ଯାନବାହନ କ୍ରୟର ଯୋଗ ଅଛି।

ମୀନ: ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିବ। ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିବେ। ଅଫିସ୍‌ କାମ ପାଇଁ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ଘରକାମରେ ବ୍ୟସ୍ତ ରହିେବ।

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ

Share this story