କୋର୍ଟରେ ପଶି ଲୋକଙ୍କୁ କଲବଲ କଲା କଲରାପତରିଆ ବାଘ

Leopard enters inside court creating panic among staff

ଓଡ଼ିଆ ଗସିପ ବ୍ୟୁରୋ: କୋର୍ଟରେ ପଶିଲା ବାଘ । ଉତ୍ତର ପ୍ରଦେଶ ଗାଜିଆବାଦର ଏକ କୋର୍ଟ ପରିସରରେ କଲରାପତରିଆ ବାଘ ପଶିଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ବାଘ କୋର୍ଟ ଭିତରେ ଉପସ୍ଥିତ କିଛି ଲୋକଙ୍କୁ ମଧ୍ୟ ଆକ୍ରମଣ କରଥିବା ଜଣାପଡିଛି ।

ଖବର ପାଇବା ପରେ ପୁଲିସ ଓ ଜଙ୍ଗଲ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ବାଘକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ : ସମ୍ବେଦନଶୀଳ ଜୋନ୍‌‌ରେ ଓଡ଼ିଶାର ୭ ସହର, ଏହି ସ୍ଥାନରେ ଭୂକମ୍ପ ସାଙ୍ଗକୁ ମାଡ଼ି ଆସିବ ସୁନାମୀ, ଆସିଲା ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ...

ସୂଚନା ଅନୁଯାୟୀ, CJM କୋର୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କୁ ଏହି ବାଘ ଆକ୍ରମଣ କରି ଆହତ କରିଛି । ଅପରାହ୍ନ ସମୟରେ ହଠାତ୍ ଏହି କଲରାପତରିଆ ବାଘଟି IMT ପାର୍ଶ୍ୱରୁ କୋର୍ଟରେ ପ୍ରବେଶ କରିଥିଲା ।

ଯାହା ପରେ ପ୍ରଥମ ମହଲାରେ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପ୍ରବେଶ କରିଥିଲେ । ବାଘକୁ ଦେଖି ସମଗ୍ର କୋର୍ଟ ପରିସରରେ ଥିବା ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ ।  ପରେ ଏହି ଘଟଣା ସମ୍ପର୍କରେ ପୁଲିସ କମିଶନର ଏବଂ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ବାଘକୁ କାବୁ କରାଯାଇଥିବା ଜଣାପଡ଼ିଛି ।

Share this story