ନିଜ ଝିଅକୁ ପୁରୁଷ ବନ୍ଧୁ ଦ୍ୱାରା ଯୌନଶୋଷଣ ମାମଲାରେ ମା'କୁ ୪୦ ବର୍ଷର ଜେଲଦଣ୍ଡ

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶରେ ଦିନକୁ ଦିନ ନାବାଳିକା ପାଶବିକ ଅତ୍ୟାଚାର ବଢିବାରେ ଲାଗିଛି । ହେଲେ କେରଳର ଏମିତି ଏକ ଘଟଣା ଯାହା ସାରା ଦେଶକୁ ଦୋହଲାଇ ରଖିଦେଇଥିଲା । ଆଉ ଆଜି ଘୃଣ୍ୟ ମାମଲାରେ କୋର୍ଟ ରାୟ ଦେଇଛନ୍ତି । କେରଳର ସ୍ୱତନ୍ତ୍ର ଅଦାଲତ ଜଣେ ମାକୁ ୪୦ ବର୍ଷ ସହ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି।
ଏହାସହ ଅଭିଯୁକ୍ତା ମାକୁ ୨୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ । ପ୍ରକୃତରେ ମହିଳାଙ୍କ ଉପରେ ଏହି ଅଭିଯୋଗ ରହିଛି ଯେ, ମହିଳା ଜଣକ ନିଜ ବଏଫ୍ରେଣ୍ଡକୁ ବ୍ୟବହାର କରି ମାତ୍ର ୭ ବର୍ଷର ନାବାଳିକା ସହ ଯୌନ ଶୋଷଣ ଓ ଯୌନ ନିର୍ଯାତନା ଦେଇଥିଲେ।
ଅଧିକ ପଢନ୍ତୁ :ସପ୍ତାହିକ ରାଶିଫଳ: ପାରିବାରିକ ଜୀବନରେ ଅସ୍ଥିରତା ସହିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ
କେରଳର ଥିରୁବନନ୍ତପୁରମର ସ୍ପେଶାଲ ଫାଷ୍ଟ ଟ୍ରାକ କୋର୍ଟରେ POCSO ଅଧିନିୟମ ଅନୁଯାୟୀ ଏହି ମାମଲାର ବିଚାର କରାଯାଇଥିଲା ଏବଂ ଅଭିଯୋଗ ପ୍ରମାଣିତ ହେବା ପରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ। ଏଠାରେ କହିରଖୁଛୁ ଯେ, ଏହି ନିନ୍ଦନୀୟ ମାମଲା ଚାରି ବର୍ଷ ପୂରୁଣା । ଏଥି ସହିତ ଅଭିଯୁକ୍ତ ଯୁବକ ସେହି ସମୟରେ ଧରାପଡ଼ିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ମାର୍ଚ୍ଚ ୨୦୨୮ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ଘଟିଥିଲା।
ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ମହିଳା ମାନସିକ ସ୍ତରରେ ଅସୁସ୍ଥ ସ୍ୱାମୀଙ୍କୁ ଛାଡି ଦେଇଥିଲେ। ତା ପରେ ସେ ନିଜ ଜନ୍ମକଲା ଝିଅ ସହିତ ଶିଶୁପାଲନ୍ ନାମକ ଜଣେ ଯୁବକ ତଥା ତାଙ୍କ ବଏଫ୍ରେଣ୍ଡ ସହ ରହିବାକୁ ଲାଗିଥିଲେ। ନିଜ ବଏଫ୍ରେଣ୍ଡ ଦ୍ୱାରା ପାଶବିକ ଅତ୍ୟାଚାର କରିଥିବା ଅଭିଯୁକ୍ତାଙ୍କ କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ମହିଳାଙ୍କର ଦୁଇଟି ଝିଅ ଜଣେ ୧୧ ବର୍ଷୀୟ ଓ ଅନ୍ୟ ଜଣେ ୭ ବର୍ଷୀୟ। ସାତ ବର୍ଷୀୟ ନାବାଳିକା ଶିଶୁକୁ ଶିଶୁପାଲନ୍ ଖୁବ ଅତ୍ୟାଚାର କରିଥିଲା । ଯୌନଶୋଷଣ କରିବାକୁ ଯାଇ ଶିଶୁପାଲନ୍ ସବୁ ସୀମା ଟପିସାରିଥିଲା।
ଅଧିକ ପଢନ୍ତୁ :ମାନସିକ ଅବସାଦ ଓ ଆର୍ଥିକ ସମସ୍ୟା ଦେଖା ଦେବା ସହ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଘାରିବ! ପଢନ୍ତୁ ଆଜିର ରାଶିଫଳ
୭ବର୍ଷୀୟ ନାବାଳିକାର ଯୌନାଙ୍ଗରେ ଗଭୀର କ୍ଷତ ଦେଖିବାକୁ ମିଳିଥିଲା। ଏହାସହ ଶିଶୁପାଲନ୍ ମହିଳାଙ୍କ ୧୧ ବର୍ଷୀୟ ଝିଅକୁ ବି ଦୁଷ୍କର୍ମ କରିଥିଲା। ହେଲେ ଭୟଭୀତ ହୋଇ ଏହି ଦୁଇ ନାବାଳିକା ଯୌନ ଶୋଷଣ ମାମଲାରେ କାହାକୁ କିଛି ଜଣାଇନଥିଲେ। ଦୁଇ ନାବାଳିକାଙ୍କ ଜେଜେମା ଏହି ଘଟଣାର ପର୍ଦ୍ଦାଫାସ କରିଥିଲେ।
ଯେତେବେଳେ ସବୁ ଘଟଣା ପଦାରେ ପଡ଼ିଲା ଲୋକଲଜ୍ଜା ଭୟ ଓ ଡ଼ରରେ ଅଭିଯୁକ୍ତ ଜଣଙ୍କ ନିଜେ ଆତ୍ମହତ୍ୟା କରିଦେଇଥିଲେ। ଆଉ ଆଜି ଅଭିଯୁକ୍ତା ମହିଳା ତଥା କଳିଯୁଗ ର ମାଙ୍କ ଦଣ୍ଡାଦେଶ ଶୁଣାଇଛନ୍ତି କେରଳ ସ୍ୱତନ୍ତ୍ର କୋର୍ଟ (Kerala Special Court) । ସାଢେ ୪୦ ବର୍ଷର ଜେଲଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...