ଆୟକର ବିଭାଗର ଅଚାନକ ଚଢ଼ାଉ, କଣ୍ଟ୍ରାକ୍ଟରଙ୍କ ଖଟ ତଳୁ ନଗଦ ୪୨ କୋଟି ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା

ଓଡ଼ିଆ ଗସିପ୍ ବ୍ୟୁରୋ: କୋଟିଏ କି ଦୁଇ କୋଟି ନୁହେଁ, ରେଡବେଳେ ପୁରା ନଗଦ ୪୨ କୋଟି ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ହୋଇଗଲା । କର୍ଣ୍ଣାଟକରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଘରୁ ଜବତ ହୋଇଛି ନଗଦ ୪୨ କୋଟି ଟଙ୍କା ।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ
ଏତେ ପରିମାଣର ଟଙ୍କାକୁ ଖଟ ତଳେ ପ୍ରାୟ ୨୩ଟି ପେଟିରେ ରଖିଥଲେ କଣ୍ଟ୍ରାକ୍ଟର । ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ଆୟକର ବିଭାଗ ପକ୍ଷରୁ ପୂର୍ବତନ କାଉନସିଲର ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ନଗଦ ରାଶି ପାଞ୍ଚ ନିର୍ବାଚନୀ ରାଜ୍ୟରେ ଫଣ୍ଡିଙ୍ଗ୍ ପାଇଁ ସଂଗ୍ରହ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଡିଓ ଭାବେ ବଦଳି, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି
ଆରଟି ନଗର ନିକଟ ଆତ୍ମାନନ୍ଦା କଲୋନୀସ୍ଥିତ ଏକ ଫ୍ଲାଟରେ ଏତେ ପରିମାଣର ଟଙ୍କା ଥିବାନେଇ କୌଣସି ବିଶେଷ ସୂତ୍ରରୁ ବିଭାଗ ସୂଚନା ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ସେଠାରେ ଚଢ଼ାଉ କରିବା ସମୟରେ ୪୨ କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲେ।
ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...
ତେବେ ଆମେ କହିରଖୁ କି, ଆସନ୍ତା କିଛି ଦିନ ମଧ୍ୟରେ ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାର ଅଛି। ଜବତ ହୋଇଥିବା ଏହି ଟଙ୍କା ସେଠାକୁ ଯିବାର ଥିଲା ବୋଲି ଆଶଙ୍କା କରାଯାଉଛି ।
ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ