ମଝି ଆକାଶରେ ଏ କଣ ହେଲା ? ଉଡ଼ନ୍ତା ବିମାନରେ ୨ବର୍ଷର କୁନି ଝିଅକୁ ହାର୍ଟ ଆଟାକ୍‌, ତାପରେ ...

How AIIMS Doctors Saved 2-Year-Old After She Stopped Breathing Mid-Air
ଉଡ଼ନ୍ତା ବିମାନରେ ୨ବର୍ଷର କୁନି ଝିଅକୁ ହାର୍ଟ ଆଟାକ୍‌, ତାପରେ ...

ଓଡ଼ିଆ ଗସିପ୍ ବ୍ୟୁରୋ: ଉଡ଼ନ୍ତା ବିମାନରେ ଚମତ୍କାର । ଏମିତି ଚମତ୍କାର ଯାହା ପ୍ରମାଣିତ କରିଛି, କାହିଁକି ଡାକ୍ତରଙ୍କୁ ଭଗବାନଙ୍କ ସ୍ବରୂପ କୁହାଯାଏ । ଏମିତି କିଛି ଘଟଣା ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା । ଡାକ୍ତରଙ୍କ ପ୍ରୟାସ ଯୋଗୁଁ ନୂଆ ଜୀବନ ପାଇଛି ଜଣେ କୁନି ଶିଶୁ । ତାହା ପୁଣି ଉଡ଼ନ୍ତା ବିମାନରେ । ବେଙ୍ଗଳୁରୁରୁ ଦିଲ୍ଲୀ ଯାଉଥିବା ଭିଷ୍ଟାରା ବିମାନରେ ହଠାତ ଏକ ଜରୁରୀ ଘୋଷଣା କରାଯାଇଥିଲା । ଯାହାକି ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଥିଲା । 

ମଝି ଆକାଶରେ କଣ ହେଲା ?

ବିମାନରେ ଯାତ୍ରା କରୁଥିବା ୨ବର୍ଷୀୟ କୁନି ଝିଅ ହଠାତ ଗୁରୁତର ହୋଇପଡ଼ିଲା । କୁନି ଝିଅଟି ଅଚେତ ଅବସ୍ଥାକୁ ଚାଲିଯାଇଥିବାବେଳେ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲା । କୁନି ପିଲାର ଜୀବନ ରକ୍ଷା ସମସ୍ତେ ପ୍ରାର୍ଥନା କରୁଥିବାବେଳେ ଦେବଦୂତ ହୋଇ ସାମ୍ନାକୁ ଆସିଥିଲେ ୫ଜଣ ଏମ୍‌ସ ଡାକ୍ତର । ଯିଏକି ସେହି ବିମାନରେ ଯାତ୍ରା କରୁଥିଲେ । ଡାକ୍ତର ନଭଦୀପ କୌର, ଦାମନଦୀପ ସିଂ, ରିଷବ ଜୈନ, ଓଇସିକା ଏବଂ ଅବିଚଲା ତକ୍ଷକ । ତୁରନ୍ତ ପିଲାର ସ୍ବାସ୍ଥ୍ୟ ପରୀକ୍ଷ କରିବା ସହ ସିପିଆର୍‌ ଦେବା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

୪୫ ମିନିଟ ଧରି ରନିଂ ଫ୍ଲାଇଟ୍‌ରେ ଚାଲିଲା ଚିକିତ୍ସା

ପିଲାଟି ସେତେବେଳକୁ ନିଶ୍ବାସ ନେବା ବନ୍ଦ କରିଦେଇଥିବାବେଳେ ଶରୀର ଥଣ୍ଡା ହେବାକୁ ଲାଗିଥାଏ । ବିମାନରେ ଉପଲବ୍ଧ କିଛି ଉପକରଣ ସହ ନିଜର ପୂର୍ବ ଅଭିଜ୍ଞତା ସହ ଚିକିତ୍ସା ଜାରି ରଖିଲେ ପୂର ଡାକ୍ତରୀ ଟିମ୍‌ । ସଫଳତାର ସହ ଆଇଭି କାନୁଲା ଲଗାଗଲା, ଏଥିସହ ଅନ୍ୟ ଚିକିତ୍ସା ମଧ୍ୟ ଜାରି ରହିଥାଏ । ହେଲେ ଏହାରି ଭିତରେ ଆଉ ଏକ ହାର୍ଟ ଆଟାକ୍‌ ପରିସ୍ଥିତିକୁ ଆହୁରି ବିଗାଡ଼ିଦେଲା । ଫଳରେ AEDର ବ୍ୟବହାର କରିଥିଲେ ଡାକ୍ତର । ଡାକ୍ତରଙ୍କ ସହଯୋଗରେ ଏମିତି ୪୫ ମିନିଟ ଧରି ସଂଘର୍ଷ ଜାରି ରଖିଲା କୁନି ପିଲା । ଶେଷରେ ପରିସ୍ଥିତିକୁ ନଜରରେ ରଖି ବିମାନକୁ ନାଗପୁର ଆଡ଼କୁ ନେବାକୁ ସ୍ଥିର କରାଗଲା ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଏହାରି ଭିତରେ କୁନି ଝିଅର ଅବସ୍ଥାରେ ଟିକିଏ ସୁଧାର ଆସିସାରିଥାଏ । ନାଗପୁର ବିମାନ ବନ୍ଦର ପହଞ୍ଚିବା ମାତ୍ରେ ସେଠାରେ ଆମ୍ବୁଲାନ୍ସରେ ପିଲାଟିକୁ ମେଡିକାଲ ନିଆଯାଇଥିଲା । ଏବେ ସମସ୍ତଙ୍କ ମୁହଁରେ ସେହି ଗୋଟିଏ ପ୍ରାର୍ଥନ କୁନି ଝିଅଟି ଶୀଘ୍ୟ ସୁସ୍ଥ ହୋଇଯାଉ । 

ଯେଉଁଭଳି ଭାବରେ ୪୫ ମିନିଟ ଧରି ଏମ୍‌ସ ଡାକ୍ତର ପିଲାଟିର ଉପଚାର କଲେ ଏବେ ତାହାକୁ ବିଭିନ୍ନ ମହଲରେ କରାଯାଉଛି ଉଚ୍ଚ ପ୍ରଶଂସା । ଦିଲ୍ଲୀ ଏମ୍‌ସ ତରଫରୁ ଏନେଇ ଟ୍ବିଟ୍‌ କରିବା ସହ ପରା ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଆଉ କୁହାଯାଇଛି, ସବୁବେଳେ ହାଜିର, ଏମ୍‌ସ ପରିବାର ।

Share this story