୫ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ସାତ ଜଣ ପିଲାଙ୍କ ସମେତ ଜିଅନ୍ତା ଜଳିଗଲେ ୭୩ ଜଣ
ଓଡ଼ିଆ ଗସିପ୍ ବ୍ୟୁରୋ: ଗୁରୁବାର ଦକ୍ଷିଣ ଆଫ୍ରିକାର କେନ୍ଦ୍ରୀୟ ଜୋହାନ୍ସବର୍ଗର ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ସାତ ଜଣ ପିଲାଙ୍କ ସମେତ ଅତି କମରେ 73 ଜଣଙ୍କର ମୃତ୍ୟୁ ଘଟିଛି। ନିଆଁ ଲିଭାଇବା ପାଇଁ ତୁରନ୍ତ ଜରୁରୀକାଳିନ ସେବା ପଠାଯାଇଥିଲା। ଜରୁରୀକାଳିନ ପରିଚାଳନା ସେବା ମୁଖପାତ୍ର ରବର୍ଟ ମୁଲାଉଡି ଜଣେ ସ୍ଥାନୀୟ ପ୍ରସାରଣକାରୀଙ୍କୁ କହିଛନ୍ତି, ଆମେ ୭୩ଟି ମୃତଦେହ ଉଦ୍ଧାର କରିଛୁ ଏବଂ ୫୨ ଜଣ ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା
ଏହି ନିଆଁରେ ୭୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନ୍ୟ ୫୨ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଦେଶର ଜରୁରୀକାଳୀନ ପରିଚାଳନା ସେବା କହିଛି। ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...
ସେଠାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି ଯେ ଦୁର୍ଘଟଣାର ଅଧିକ ଗମ୍ଭୀରତା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିପାରେ ।