ହେଲିକପ୍ଟର ଦୁର୍ଘଟଣାରେ ମନ୍ତ୍ରୀଙ୍କ ସମେତ ୧୬ମୃତ, ଉଦ୍ଧାର କାର୍ଯ୍ୟ ଜାରି...

helicopter crash takes 16 lives on spot

ଓଡ଼ିଆ ଗସିପ ବ୍ୟୁରୋ: ୟୁକ୍ରେନରେ ବଡ଼ ଧରଣ ହେଲିକପ୍ଟର କ୍ରାସ୍ ହୋଇଛି । ଏକ ବିଲ୍ଡିଂରେ ପିଟି ହୋଇ ହେଲିକପ୍ଟରଟି ଜଳି ଯାଇଛି । ଏଥିରେ ମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ୧୬ଜଣ ମୃତକଙ୍କ ମଧ୍ୟରେ ୟୁକ୍ରେନ୍‌ର ମନ୍ତ୍ରୀ ଡେନିମ ମୋନାଷ୍ଟିର୍ସ୍କି ଥିବା ସୂଚନା ମିଳିଛି ।

କିଭ୍ ନିକଟ ବ୍ରୋଭାରିରେ ହେଲିକପ୍ଟର କ୍ରାସ୍ ହୋଇଛି । ୟୁକ୍ରେନ ରାଷ୍ଟ୍ରୀୟ ପୁଲିସ ପ୍ରବକ୍ତାଙ୍କ ସୂଚନା ମୁତାବକ, ୟୁକ୍ରେନର କିଣ୍ଡରଗାର୍ଟନ୍ ନିକଟସ୍ଥ ବ୍ରେଭରୀ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରାଜଧାନୀ ରାସ୍ତାରେ ଟଳି ଟଳି ଯାଉଥିଲେ ମାତାଲ ଚାକିରିଆ ଯୁବତୀ, ଅସମ୍ଭାଳ ଦେହର ତାତି, ପୋଲିସ୍ ଝାଳନାଳ! ଦେଖନ୍ତୁ ଭିଡିଓ...

ଏଥିରେ ୧୬ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ମନ୍ତ୍ରୀଙ୍କ ସମେତ ସରକାରଙ୍କ ଅନେକ ଶୀର୍ଷ ଅଧିକାରୀ ସାମିଲ ଅଛନ୍ତି । ମୃତ ମନ୍ତ୍ରୀ ଡେନିମ ମୋନାଷ୍ଟିର୍ସ୍କି ବୋଲି ପରିଚୟ ମିଳିଛି ।

ଦୁର୍ଘଟଣା ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । କିଭ୍ ଠାରୁ ୨୦ କିଲୋମିଟର ଦୂର ଉତ୍ତର ପୂର୍ବରେ ବ୍ରେବେରୀ ସହର ଅବସ୍ଥିତ ।

ମସ୍କୋ ଆକ୍ରମଣର ପ୍ରାରମ୍ଭିକ ପର୍ୟ୍ୟାୟରେ ରୁଷ ଓ ୟୁକ୍ରେନ୍ ସେନା ବ୍ରେଭେରୀ ସହରକୁ ନିୟନ୍ତ୍ରଣ କରିବା ପାଇଁ ଲଢ଼େଇ କରିଥିଲେ ।

Share this story