ଟ୍ରକ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ସମସ୍ତ ପାଞ୍ଚ ଜଣଙ୍କର ଅକାଳରେ ଚାଲିଗଲା ଜୀବନ
Nov 3, 2023, 15:20 IST

ଟ୍ରକ- ବାଇକ୍ ମୁହାଁମୁହିଁ ଧକ୍କା, ୫ ମୃତ
ଓଡ଼ିଆ ଗସିପ୍ ବ୍ୟୁରୋ: କର୍ଣ୍ଣାଟକର କାଲାବୁରାଗିରେ ଏକ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା କାଲାବୁରାଗିର ବଲୁରାଗି ଗ୍ରାମ ନିକଟରେ ଘଟିଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ
କାଲାବୁରାଗିର ଏସପି ଏ ଶ୍ରୀନିବାସୁଲୁଙ୍କ ଅନୁଯାୟୀ, କାଲାବୁରାଗି ଜିଲ୍ଲାର ବଲୁରାଗୀ ଗ୍ରାମ ନିକଟରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!