ଦେଖନ୍ତୁ ଭିଡ଼ିଓ: ବାହାଘର ଦିନ ପ୍ରେମିକାର ଗୋଡ କଟିଗଲା ପରେ ବି ସାତ ଜନ୍ମ ପାଇଁ ସାଥି କଲା ଯୁବକ, ପୁରା ଘଟଣା କିଛି ଏପରି ଥିଲା...

encouraging incident youth marry woman whose limb was cut due to accident on marriage day

ଓଡ଼ିଆ ଗସିପ ବ୍ୟୁରୋ: ପ୍ରେମ ଶାଶ୍ୱତ ଓ ଚିରନ୍ତନ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଏହି ଦମ୍ପତ୍ତି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା ନିଜର ପ୍ରେମକୁ ସାର୍ଥକ କରିଛନ୍ତି ଓ ଦୁହେଁ ବିବାହ କରିଛନ୍ତି ।

ତେବେ କଥା ଖାଲି ଏତିକି ନୁହେଁ । ଆଜି ଏହି ଦୁହିଁଙ୍କ ନା ଏଥିପାଇଁ ଚର୍ଚ୍ଚାରେ ରହିଛି କାରଣ ଏହି ଦୁହେଁ ଆଜି ପ୍ରକୃତ ପ୍ରେମର ପ୍ରମାଣ ଦେଇଛନ୍ତି ।

ବାଲେଶ୍ୱର ଖନ୍ତାପଡା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା ୨୦୧୫ରେ ପରସ୍ପରକୁ ଭଲ ପାଇ ବସିଥିଲେ । ଦୁହେଁ ବିବାହ କରିବାକୁ ବି ନିଷ୍ପତ୍ତି ମଧ୍ୟ ନେଇସାରିଥିଲେ । କିନ୍ତୁ ଦେବସ୍ମିତାଙ୍କ ସହ ଏମିତି କିଛି ଘଟିଥିଲା ଯାହା ତାଙ୍କ ଜୀବନର ଝଡ଼ ସୃଷ୍ଟି କରିଥିଲା ।

ଦିନଥିଲା ଯେଉଁ ପାଦରେ ଘୁଙ୍ଗୁର ବାନ୍ଧି ଓଡିଶୀ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରୁଥିଲେ । ହଠାତ୍ ପକ୍ଷାଘାତ ହୋଇ ସେହି ପାଦ ଅଟକି ଗଲା । ଦେବସ୍ମିତାଙ୍କ ଖୁସିରେ ଲାଗିଯାଇଥିଲା ଗ୍ରହଣ । ଆଉ ହ୍ୱିଲ ଚେୟାର ପାଲଟିଗଲା ଶରୀରର ଏକ ଅଭିନ୍ନ ଅଂଶ । କିନ୍ତୁ ଏହି ଅବସ୍ଥାରେ ଶୁଭ୍ରାଂଶୁ ଯେ ଖାଲି ତାଙ୍କ ସାଥିରେ ରହି ନଥିଲେ ବରଂ ପ୍ରତିଟି ସମୟରେ ସେ ତାଙ୍କ ପ୍ରେମର ପରୀକ୍ଷା ମଧ୍ୟ ଦେଇ ଚାଲିଥିଲେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ସଟ କୁ ୭ ହଜାର, ଫୁଲ ନାଇଟ ୩୦ ହଜାର : ଦେହ ଦଲାଲ ସୁନୀଲ ସହ ଡିଲ ବେଳର ଭିଡିଓ ଭାଇରାଲ

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ମହିଳା ଜନ୍ମ ଦେଲେ କୁକୁର ଛୁଆ ! ଦେଖିବା ପାଇଁ ଘରେ ଜମିଲା ଭିଡ଼, ଡାକ୍ତର ମଧ୍ୟ ଦେଖି କହିଲେ ଏହା…

ଦୀର୍ଘ ୮ ବର୍ଷର ଅତୁଟ ଭଲପାଇବା ସଫଳ ହୋଇଛି ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ୨ଠ୧୯ ରେ ଦେବସ୍ମିତାଙ୍କ ଜୀବନରେ ଅନ୍ଧାର ଘୋଟି ଆସିଥିଲା । ସେ ପାରାଲେସିସ ଯୋଗୁଁ ଶଯ୍ୟାଶାୟୀ ହୋଇଯାଇଥିଲେ । ସେବେଠାରୁ ତାଙ୍କର ହୁଇଲ ଚେୟାର ପାଲଟି ଯାଇଛି ଚଳ ପ୍ରଚଳର ମାଧ୍ୟମ ।

ମାତ୍ର ଦେବସ୍ମିତାଙ୍କର ଏଭଳି ପରିସ୍ଥିତିରେ ହାତ ଛାଡି ଦେଇନାହାନ୍ତି ଶୁଭ୍ରାଂଶୁ । ଆଉ ନିଜ ପ୍ରେମିକାକୁ ମଥାରେ ସିନ୍ଦୁର ଦେଇ ସାରା ଜୀବନ ପାଇଁ ଜୀବନସାଥୀ ରୂପେ ବାଛି ନେଇଛନ୍ତି ।

ଶୁଭ୍ରାଂଶୁ ଓ ଦେବସ୍ମିତା ଏ ସମାଜକୁ ଭଲ ପାଇବାର ଏକ ନିଆରା ନିଦର୍ଶନ ଦେଖାଇଛନ୍ତି । ଆଉ ଏହି ଦୁହିଁଙ୍କ ବିଷୟରେ ଯିଏ ଶୁଣୁଛି ସେ ପ୍ରଶଂସା ନକରି ରହିପାରୁନାହାଁନ୍ତି ।

Share this story