ଏହି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଜାଣନ୍ତୁ ରାଜ୍ୟର ନାମ ଓ ନିର୍ବାଚନର ତାରିଖ 
 

EC announces poll dates for Assembly elections in five states
୫ ରାଜ୍ୟ ପାଇଁ ବାଜିଲା ନିର୍ବାଚନ ବିଗୁଲ୍‌

ଓଡ଼ିଆ ଗସିପ୍ ବ୍ୟୁରୋ:  ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ ରାଜ୍ୟରେ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଏହି ୫ଟି ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ।

ମିଜୋରାମରେ ନଭେମ୍ବର ୭ରେ ଭୋଟ ଗ୍ରହଣ ହେବ । ସେହିପରି ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ମଧ୍ୟପ୍ରଦେଶରେ  ନଭେମ୍ବର ୧୭ରେ ଭୋଟ ଗ୍ରହଣ ହେବ । ରାଜସ୍ଥାନରେ ନଭେମ୍ବର ୨୩ରେ ଭୋଟ ଗ୍ରହଣ ହେବ। 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ ଗ୍ରହଣ ହେବ ବୋଲି ସୂଚନା ଦିଆଯାଇଛି। ପାଞ୍ଚଟି ରାଜ୍ୟରେ ୬୭୯ ବିଧାନସଭା ନିର୍ବାଚନମଣ୍ଡଳୀରେ ୧.୭୭ଲକ୍ଷ ମତଦାନ କେନ୍ଦ୍ର ସ୍ଥାପନ କରାଯିବ। ୫ ରାଜ୍ୟରେ ମୋଟ ୧୬.୧୪ କୋଟି ଭୋଟର ଅଛନ୍ତି । ସେଥିମଧ୍ୟରୁ ୬୦ ଲକ୍ଷ୍ୟ ଭୋଟର ପ୍ରଥମ ଥର ପାଇଁ ମତଦାନ ଦେବେ।

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଡିସେମ୍ବର ୩ ତାରିଖରେ ସମସ୍ତ ୫ ରାଜ୍ୟ ବିଧାନସଭା ଭୋଟ ଗଣତି ହେବ।  କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାଯ୍ୟାରେ ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟ ସମସ୍ତ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

Share this story