Ebola Virus mayhem: ଇବୋଲା ଭାଇରସ ନେଲା ୮୦ ଜୀବନ, ୨୪୬ଟି ସନ୍ଦିଗ୍ଧ ମାମଲା ଚିହ୍ନଟ, ଭୟଙ୍କର ପ୍ରକୋପ ପରେ ଏମର୍ଜେନ୍ସୀ ଘୋଷଣା
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି): କରୋନା ଭାଇରସ ପ୍ରକୋପ ଲୋକଙ୍କ ମନରୁ ଏଯାଏଁ ଲିଭି ନଥିବା ବେଳେ ପୁଣି ଏକ ଜୀବନ ନଉଥିବା ଭାଇରସ କାୟା ବିସ୍ତାର କଲାଣି । ଏଥିପ୍ରତି ସମସ୍ତେ ସାବଧାନ ରହିବା ଆବଶ୍ୟକ ବୋଲି ଏକ୍ସପର୍ଟ ମତ ଦେଲେଣି ।
ବ୍ୟାପୁଛି ଇବୋଲା ଭାଇରସ୍ । ଏଥିପାଇଁ ଏମର୍ଜେନ୍ସୀ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ଇବୋଲାର ପ୍ରକୋପ ଦେଖିବାକୁ ମିଳିଛି । କଙ୍ଗୋରେ ଇବୋଲା ସଂକ୍ରମଣରେ ୮୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ୨୪୬ଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି । ଇବୋଲାର ଭୟଙ୍କର ପ୍ରକୋପ ପରେ ଏମର୍ଜେନ୍ସୀ ଘୋଷଣା କରିଛି WHO।
ଅଧିକ ପଢ଼ନ୍ତୁ : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ତରଭୁଜ ଖାଇ ନାବାଳକ ମୃତ, ପରିବାରର ୫ ଗୁରୁତର
ତେବେ ଭାରତ ପ୍ରତି ଏହାର ବିପଦ କେତେ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଭାଇରସ ପ୍ରତି ଭାରତ ସରକାର ସଜାଗ ରହିଥିବା ସୂଚନା ମିଳିଛି ।
ଇବୋଲାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ତେବେ ଇବୋଲା ବର୍ତ୍ତମାନ ସମୟ ପାଇଁ ମହାମାରୀ ନୁହେଁ ବୋଲି WHO କହିଛି । ଇବୋଲା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ରକ୍ତ, ବାନ୍ତି, ଲାଳ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ । ଏହା କରୋନା ପରି ବାୟୁବାହିତ ନୁହେଁ ।
.png)
