ଆସୁଛି ବାତ୍ୟା, ଘନୀଭୂତ ହେଉଛି ଗଭୀର ଅବପାତ, ୧୮ ଘଣ୍ଟା ମଧ୍ୟରେ ନେବ ବାତ୍ୟାର ରୂପ!

ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଏପରିକି ଏହା ୧୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ଏହି ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ତେବେ ସକ୍ରିୟ ଗଭୀର ଅବପାତ ଗତ ୬ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବର୍ତ୍ତମାନ ବାତ୍ୟା ପାରାଦୀପଠୁ ୪୩୦ କିମି ଦୂର ଦକ୍ଷିଣରେ କେନ୍ଦ୍ରୀଭୂତ ଥିବା ବେଳେ, ଦୀଘା ଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ।
ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡକୁ ଅଗ୍ରସର ହେବାକୁ ଥିବା ବେଳେ, ୨୫ ତାରିଖରେ ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।...
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ପାରାଦୀପରେ ଆଲର୍ଟ । ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ମତ୍ସ୍ୟ ବିଭାଗ । ପାରାଦୀପର ଷଣ୍ଢକୁଦ, ନୂଆବଜାର, ଲକପଡା, ବାଲିପ୍ଲଟ, ନେହରୁବଙ୍ଗଳା, ଫିସିଙ୍ଗ ହାର୍ବର, ଚୌମୁହାଣି ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଇଛନ୍ତି ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ କର୍ମଚାରୀ ।
୨୭ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମାଛଧରିବାକୁ ନଯିବାକୁ ସତର୍କ କରାଯାଇଛି । ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ କୂଳକୁ ଫେରିଆସିବାକୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ: ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…