ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍କୁ କିଏ ଦେଲା ବିଷ? ହସ୍ପିଟାଲରେ...
ଓଡ଼ିଆ ଗସିପ୍ ବ୍ୟୁରୋ: ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । କେହି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କୁ ପାକିସ୍ତାନର କରାଚିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିଷକ୍ରିୟା ଯୋଗୁ ଦାଉଦଙ୍କର ଏପରି ଅବସ୍ଥା ହୋଇଥିବା ଆଲୋଚନା ହେଉଥିବା ବେଳେ ସେ ଏବେ ଗୁରୁତର ରୋଗରେ ପୀଡ଼ିତ ଥିବା ବି ଚର୍ଚ୍ଚା ଚାଲିଛି। କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।ଦାଉଦ୍ ଇବ୍ରାହିମ୍କୁ ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ଏବଂ ସେ ହିଁ ଏକମାତ୍ର ରୋଗୀ ଭାବେ ରହିଥିବା ଜଣାପଡିଛି ।
ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା!
କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ଅନୁମତି ରହିଛି । ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୁଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ହେଉଛି ଦାଉଦ ଇବ୍ରାହିମ୍ ।
ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍, ନଚେତ୍...
ଅନ୍ୟପଟେ ଦାଉଦ୍ ଇବ୍ରାହିମ୍କୁ ନେଇ ପାକିସ୍ତାନ ପକ୍ଷରୁ କୌଣସି ସୂଚନା ଦିଆଯାଉ ନ ଥିବା ବେଳେ ମୁମ୍ବାଇ ପୁଲିସ୍ ଦାଉଦଙ୍କ ସମ୍ପର୍କୀୟଙ୍କଠାରୁ ତଥ୍ୟ ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛି। ତେବେ ଦାଉଦ ହସ୍ପିଟାଲରେ ଆଡମିଟ ହେବା ପରଠୁ ପାକିସ୍ତାନରେ ଗୁଗଲ, ୟୁଟ୍ୟୁବ ଆଦି ସୋଶାଲ ମିଡିଆ ସର୍ଭର ଡାଉନ୍ ଥିବା ଜଣାଯାଇଛି। ଏଥିଯୋଗୁ କୌଣସି ବଡ଼ ସୂଚନା ମିଳିପାରେ ବୋଲି ପାକିସ୍ତାନର ପତ୍ରକାର ଆରଜୁ କାଜମୀ ସୂଚନା ଦେଇଛନ୍ତି।
୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ସିରିଜି ବମ୍ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଥିଲେ ଦାଉଦ ଇବ୍ରାହିମ । ଏହି ବ୍ଲାଷ୍ଟ ପରେ ସେ ଭାରତ ଛାଡ଼ି ପଳାଇଥିଲେ। ଏହାପରେ ସେ ପାକିସ୍ତାନରେ ନିଜ ପରିବାର ସହ ରହୁଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହୁଥିଲା।
ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!
ଭାରତରେ ଦାଉଦ ନାଁରେ ଆତଙ୍କୀ ହାମଲା, ହତ୍ୟା, ଅପହରଣ, ସୁପାରୀ ମର୍ଡର ଡ୍ରଗ୍ସ, ହତିଆର ଚାଲାଣ ଆଦି ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି। ୨୦୦୩ ମସିହାରେ ଦାଉଦକୁ ଗ୍ଲୋବାଲ ଟେରୋରିଷ୍ଟ ଭାବେ ଘୋଷିତ କରାଯାଇଥିଲା। ଏହାସତ୍ତ୍ୱେ ତାଙ୍କୁ ଗିରଫ କରିବା କୌଣସି ଦେଶର ପୁଲିସ୍ ପକ୍ଷେ ସମ୍ଭବ ହୋଇ ପାରିନି।
ଜାନୁଆରୀ ମାସରେ ଦାଉଦର ଭଉଣୀ ହସିନା ପାର୍କରଙ୍କ ପୁଅ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିକୁ କହିଥିଲା ଯେ, ଅଣ୍ଡରୱାର୍ଲଡ ଡନ୍ ଦ୍ୱିତୀୟ ବିବାହ କରିବା ପରେ କରାଚିରେ ରହୁଛି । ପାକିସ୍ତାନର କରାଚି ବିମାନ ବନ୍ଦରକୁ ଦାଉଦ ଇବ୍ରାହିମ ଓ ତା’ର ଶୀର୍ଷ ସହଯୋଗୀମାନେ ନିୟନ୍ତ୍ରଣ କରୁଥିବା ନେଇ ଏନଆଇଏ ତା’ର ଚାର୍ଜସିଟରେ କହିଛି ।
ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ