୪ ବର୍ଷୀୟ ଝିଅକୁ ଫାଶୀ ଦେଇ ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହାରିଲେ ବେକାର ଦମ୍ପତି
ଓଡ଼ିଆ ଗସିପ୍ ବ୍ୟୁରୋ:ହାଇଦ୍ରାବାଦରେ ଅଭାବନୀୟ ଘଟଣା। ହାଇଦ୍ରାବାଦର ୱାର୍ସିଗୁଡ଼ାସ୍ଥିତ ଅନ୍ତର୍ଗତ ଗଙ୍ଗାପୁତ୍ର କଲୋନିରେ ୪ ବର୍ଷୀୟ ଝିଅକୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !
ଶୁକ୍ରବାର ସକାଳେ ଘର କବାଟ ନଖୋଲିବାରୁ ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ଘର ଭିତରେ ୩୫ ବର୍ଷିୟ କେ. ସାଇ କ୍ରିଷ୍ଣା, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ଚିତ୍ରଲେଖା ଓ ୪ ବର୍ଷୀୟ ଝିଅ ତେଜସ୍ବିନୀ ଫାଶୀ ଲଗାଇ ମରିଥିବା ଦେଖିଥିଲେ।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
ସୂଚନା ଅନୁସାରେ, ଗୁରୁବାର ରାତିରେ ଘରୁ ଖୁବ ଜୋରରେ ଟିଭି ଶବ୍ଦ ଆସିବାରୁ ଘର ମାଲିକ ସେମାନଙ୍କୁ ଡାକିଥିଲେ। ମାତ୍ର କେହି କବାଟ ଖୋଲି ନଥିଲେ। ଶୁକ୍ରବାର ସକାଳୁ ଆସି ସେ କବାଟ ଠକ ଠକ କଲେ, କିନ୍ତୁ ଭିତରୁ କୌଣସି ଜବାବ ମିଳି ନ ଥିଲା। ତେଣୁ ସେ ପୁଲିସକୁ ଖବର ଦେଇଥିଲେ। ଦମ୍ପତି କାନ୍ଥରେ ୩ଜଣ ଲୋକଙ୍କ ନାଁ ଲେଖି ଆତ୍ମହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିଥିବା ଜଣାପଡିଛି ।
ଅଧିକ ପଢନ୍ତୁ: କର୍ମ ଚାପ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସହ ଦେଖାଦେବ ମାନସିକ ଅବସାଦ! ପଢନ୍ତୁ ଆଜିର ରାଶିଫଳ
ପୁଲିସର ପ୍ରାଥମିକ ତଥ୍ୟ ଅନୁସାରେ, ସେ ୩ଜଣ ହେଉଛନ୍ତି ପୂର୍ବରୁ ଚିତ୍ରଲେଖା ଯେଉଁଠି କାମ କରୁଥିବା ଅଫିସର କର୍ମଚାରୀ। ଆଗରୁ କ୍ରିଷ୍ଣା କାର୍ ଡ୍ରାଇଭର୍ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ, କିଛି ଦିନ ହେବ ଦୁହେଁ କୌଣସି କାମ ନ କରି ବେରୋଜଗାର ହୋଇଯାଇଥିଲେ। ଆର୍ଥିକ ସମସ୍ୟା ସେମାନଙ୍କ ଆତ୍ମହତ୍ୟାର କାରଣ ବୋଲି ପୋଲିସ ଅନୁମାନ କରୁଛି ।
ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD