ଦିପାବଳୀ ଉପହାର ଦେଲେ ମୋଦୀ, ୪% ମହଙ୍ଗା ଭତ୍ତା ଅନୁମୋଦନ କଲେ କେନ୍ଦ୍ର ସରକାର
 

Centre approves 4 per cent DA for central government employees
୪% ମହଙ୍ଗା ଭତ୍ତା ଅନୁମୋଦନ କଲେ କେନ୍ଦ୍ର ସରକାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିପାବଳୀ ଉପହାର ଦେଇଛନ୍ତି । ଆଜି କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪% ମହଙ୍ଗା ଭତ୍ତା ବୃଦ୍ଧି ଅନୁମୋଦନ କରିଛନ୍ତି। ଉପରୋକ୍ତ ନିଷ୍ପତ୍ତି ପରେ ସମ୍ପ୍ରତି ୪୨% ଥିବା କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪୬%କୁ ବୃଦ୍ଧି ପାଇବ। ଏହି ନିଷ୍ପତ୍ତିଦ୍ବାରା ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ। କେନ୍ଦ୍ର କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଡିଏ ୪ ପ୍ରତିଶତ ବୃଦ୍ଧି ହେବା ନେଇ ଘୋଷଣା କରାଯିବ ବୋଲି ପୂର୍ବାନୁମାନ କରାଯାଉଥିଲା । ଶେଷରେ ମୋଦୀ ଦେଶବାସୀଙ୍କୁ ଦିପାବଳୀ ପୂର୍ବରୁ ଏକ ଗିଫ୍ଟ ଦେଇଛନ୍ତି । ଏବେ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତରେ ପହଞ୍ଚି ଯାଇଥିବା ବେଳେ ସେମାନଙ୍କୁ ଏଣିକି ପ୍ରତି ମାସରେ ଅଧିକ ବେତନ ମିଳିବ । 

ଗତ ଜୁଲାଇ ମାସ ୧ ତାରିଖ ଠାରୁ କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସ ୨୪ ତାରିଖରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । ଫଳରେ ମୋଟ ଡିଏ ୪୨ ପ୍ରତିଶତରେ ପହଞ୍ଚି ଯାଇଥିଲା । ଗତ ଜାନୁଆରୀ ୧ ତାରିଖରୁ କର୍ମଚାରୀ ଓ ପେନସନଭୋଗୀ ଉକ୍ତ ଲାଭ ପାଇ ଆସୁଛନ୍ତି ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

କେନ୍ଦ୍ର କର୍ମଚାରୀଙ୍କ ବେତନରେ ମହଙ୍ଗା ଭତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସରକାର ପ୍ରତିବର୍ଷ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ବର୍ଷର ଜାନୁଆରୀ ପହିଲା ଓ ଜୁଲାଇ ପହିଲାରେ କେନ୍ଦ୍ର ସରକାର ଏହି ଘୋଷଣା କରିଥାନ୍ତି । 

୪୬ ପ୍ରତିଶତରେ ଡିଏ ପହଞ୍ଚିବା ପରେ ଏଣିକି ସର୍ବନିମ୍ନ ବେସିକ-ପେ ପାଉଥିବା କର୍ମଚାରୀମାନେ ୮୨୮୦ ଟଙ୍କାର ଡିଏ ପାଇବେ । ଅର୍ଥାତ କର୍ମଚାରୀମାନେ ପ୍ରତି ମାସରେ ୭୨୦ ଟଙ୍କା ଅଧିକ ପାଇବେ । ସେହିପରି ସର୍ବାଧିକ ବେସିକ-ପେ ପାଉଥିବା ଅଧିକାରୀଙ୍କୁ ୨୬,୧୭୪ ଟଙ୍କାର ଡିଏ ମିଳିବ । ଅର୍ଥାତ ସେମାନଙ୍କ ମାସିକ ବେତନରେ ୨,୨୭୬ ଟଙ୍କା ବୃଦ୍ଧି ଘଟିବ ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

Share this story