ବ୍ରିଜ ତଳକୁ ଖସିଲା ପଡିଲା ବସ, ୧୯ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ...

ଓଡ଼ିଆ ଗସିପ୍ ବ୍ୟୁରୋ: ବାଂଲାଦେଶର ମଦାରିପୁର ଜିଲ୍ଲୀ କୁତୁବପୁରରେ ଅଞ୍ଚଳ ପଦ୍ମା ବ୍ରିଜ୍ ଅପ୍ରୋଚ୍ ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ପୁଲିସ ଷ୍ଟେସନ ଅଧିକାରୀଙ୍କ କହିବା ଅନୁଯାୟୀ, ରବିବାର ସକାଳୁ ସକାଳୁ ଢାକା ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା ।
ଆହୁରି ପଢ଼ନ୍ତୁ : ଲୋକପ୍ରିୟ ଓଡ଼ିଆ DJ AZEXଙ୍କ ଭୁବନେଶ୍ୱର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ତଦନ୍ତ ଜାରି...
ଫଳରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୯ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୩୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଆହତଙ୍କ ଚିତ୍କାରରେ ପୁରା ଚତୁର୍ଦିଗ ଫାଟି ପଡୁଥିଲା ।
ଆହତକୁ ଅଗ୍ନିଶମ ବାହୀନି, ପୋଲିସ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ଢାକା ଓ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି । ତେବେ ବସ୍ ଟାୟାର ଫାଟିବା ଯୋଗୁ ଦୁର୍ଘଟଣା ହୋଇଛି ବୋଲି ପୁଲିସ ଅନୁମାନ କରୁଛି ।