ଗାଡିର ଟାୟର ଫାଟି ଦୁର୍ଘଟଣା ହେଲେ କ୍ଷତି ପୂରଣ ଦେବ ବୀମା କମ୍ପାନୀ

Big blow to insurance company as tyre burst is not an act of God

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ବୀମା କମ୍ପାନୀକୁ ବମ୍ବେ ହାଇକୋର୍ଟ ବଡ଼ ଝଟ୍‌କା ଦେଇଛନ୍ତି । ଟାୟାରା ଫାଟିବା ‘ଇଶ୍ବରକୃତ’ ନୁହେଁ, ବରଂ ଏହା ମନୁଷ୍ୟକୃତ ଅବହେଳା ବୋଲି କୋର୍ଟ କହିଛନ୍ତି । ଏଥିପାଇଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଏହାକୁ ‘ଇଶ୍ବରକୃତ’ କହି କ୍ଷତିପୂରଣ ଦେବାକୁ ମନା କରିଦେଇଥିଲା । ଜଷ୍ଟିସ ଏସ୍‌ଜି ଡିଗେଙ୍କ ଏକକ ଖଣ୍ଡପୀଠ କହିଥିଲେ ଯେ ଗମ୍ଭୀର ଏବଂ ଅପ୍ରତ୍ୟାଶିତ ପ୍ରାକୃତିକ ଘଟଣା ଇଶ୍ବରକୃତ ହୋଇଥାଏ ।

ଆହୁରି ପଢ଼ନ୍ତୁ : ପ୍ରତିକ୍ରିୟାଶୀଳ ହେଲେ ଆଇଟମ ଗାର୍ଲ ନିଶା ମହାରଣା, କହିଲେ "ନବୀନ ସାର୍ କୁହନ୍ତୁ ଆମେ କଣ ପିନ୍ଧିକି ନାଚିବୁ, ଅଙ୍ଗବସ୍ତ୍ର କୁ ନେଇ...", ଦେଖନ୍ତୁ ଭିଡ଼ିଓ...

ଏଥିପାଇଁ ମନୁଷ୍ୟ ଦାୟୀ ନୁହେଁ । ଦ୍ରୁତଗତିରେ ଗଲେ, ଟାୟାରରେ ପ୍ରେସର ନ ଥିଲେ କିମ୍ବା ଅଧିକ ଥିଲେ, ତାପମାତ୍ରା ଅଧିକ ହେଲେ, ପୁରୁଣା ଟାୟାର ହୋଇଥିଲେ ଏପରି ଘଟଣା ଘଟିପାରେ ।

ଏଥିପାଇଁ ମଣିଷର ଅବହେଳା ଦାୟୀ। ଗାଡ଼ି ଚଲାଇବା ପୂର୍ବରୁ ଡ୍ରାଇଭରଙ୍କୁ ଟାୟାରର ସ୍ଥିତି ଯାଞ୍ଚ କରିବାର ଆବଶ୍ୟକତା ରହିଛି। ତେଣୁ ଏହାକୁ ଇଶ୍ବରକୃତ କହି କ୍ଷତିପୂରଣ ପ୍ରଦାନ କରିବାକୁ କମ୍ପାନୀ ମନା କରିପାରିବ ନାହିଁ ।

ସୂଚନା ଅନୁଯାୟୀ ୨୦୧୦ ଅକ୍ଟୋବରରେ ମକରନ୍ଦ ପଟବର୍ଦ୍ଧନ ନିଜର ଦୁଇ ବନ୍ଧୁଙ୍କ ସହ କାର୍‌ରେ ପୁଣେ ଯାଉଥିଲେ । ଏହି ସମୟରେ ପଛ ଟାୟାର ଫାଟିଯିବାରୁ କାର୍‌ ଏକ ଖାଇକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ମକରନ୍ଦଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପାଖରେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀର ବୀମା ଥିଲା । ତାଙ୍କ ପରିବାର କ୍ଷତିପୂରଣ ପାଇଁ ଆବେଦନ କରିଥିଲେ ।

ଆହୁରି ପଢ଼ନ୍ତୁ : ୨୦୨୪ ରେ ବଡ଼ ପରିବର୍ତ୍ତନ : ଧର୍ମେନ୍ଦ୍ରଙ୍କ ଷଡଯନ୍ତ୍ରର ଶିକାର ହେବେ ଅପରାଜିତା, ଲେଖାଶ୍ରୀ ପାଇବେ ଏମପି ଟିକେଟ! ଦେଖନ୍ତୁ ଭିଡିଓ...

ତେବେ କମ୍ପାନୀ ଏଥିପାଇଁ ମନା କରିଦେଇଥିଲା । ପରେ ପରିବାର ସଦସ୍ୟ ‘ମୋଟର ଦୁର୍ଘଟଣା ଦାବି ପ୍ରାଧିକରଣଙ୍କ’ ଦ୍ବାରସ୍ଥ ହୋଇଥିଲେ । ପ୍ରାଧିକରଣ କହିଥିଲେ ଯେ ମକରନ୍ଦ ପରିବାରର ଏକାକୀ ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।

ମକରନ୍ଦଙ୍କ ପରିବାରକୁ ୧.୨୫ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀ ଏହି ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଯାଇଥିଲା । ତେବେ ଜଷ୍ଟିସ ଏସଜି ଡିଗେ ଏହି ଆବେଦନକୁ ଖାରଜ କରି ଦେଇଥିଲେ ।

Share this story

World Odia Language Conferene