ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ, ସେପ୍ଟେମ୍ବର ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେ ଓ କେଉଁ ଦିନ 

Bank Holidays in September 2023, Banks To Remain Closed for 16 Days in India
ଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ କାମ, ସେପ୍ଟେମ୍ବର ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଓଡ଼ିଆ ଗସିପ୍ ବ୍ୟୁରୋ: ସେପ୍ଟେମ୍ବରରେ ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଭେମ୍ୱର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହଲିଡେ ମଧ୍ୟ ସାମିଲ ରହିଛି।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଓ ଇଦ୍ ଏ ମିଲାଦ ଭଳି ଉତ୍ସବ ସବୁ ଅନୁଷ୍ଠିତ ହେବ। ଏହା ଛଡା ଜାତୀୟ ସ୍ତରର ଛୁଟି ମଧ୍ୟ ପାଳନ ହେବ। ଏଣୁ ସେପ୍ଟେମ୍ବରରେ ବ୍ୟାଙ୍କ ପୁରା ୧୬ ଦିନ ବନ୍ଦ ରହିବ।

ଜାଣନ୍ତୁ କେବେ ଓ କେଉଁଠି ବନ୍ଦ ରହିବ ବ୍ୟାଙ୍କ –

୩ ସେପ୍ଟେମ୍ବର- ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୬ ସେପ୍ଟେମ୍ବର- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଭୁବନେଶ୍ୱ, ଚେନ୍ନାଇ, ହାଇଦ୍ରାବାଦ ଓ ପାଟନାରେ ବ୍ୟାଙ୍କ ବନ୍ଦ ରହିବ।

୭ ସେପ୍ଟେମ୍ବର-  କୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ, ଗାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚୀ, ସିଲଙ୍ଗ, ଶିମଲା ଓ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ।

୯ ସେପ୍ଟେମ୍ବର-  ଦ୍ୱିତୀୟ ଶନିବାର ଯୋଗୁ ଦେଶର ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

୧୦ ସେପ୍ଟେମ୍ବର- ରବିବାର ଯୋଗୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

୧୭ ସେପ୍ଟେମ୍ବର- ରବିବାର ଯୋଗୁ ମଧ୍ୟ ଦେଶରେ ବ୍ୟାଙ୍କ ବନ୍ଦ।

୧୮ ସେପ୍ଟେମ୍ବର- ବିନାୟକ ଚତୁର୍ଥୀ ନିମନ୍ତେ ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ।

୧୯ ସେପ୍ଟେମ୍ବର- ଗଣେଶ ଚତୁର୍ଥୀ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର ଓ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ।

୨୦ ସେପ୍ଟେମ୍ବର- ଗଣେଶ ଚତୁର୍ଥୀ ଓ ନୂଆଁଖାଇ ଯୋଗୁ ଭୁବନେଶ୍ୱର ସମେତ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟରେ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଏହି ଦିନ କୋଚ୍ଚିରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

୨୨ ସେପ୍ଟେମ୍ବର- ନାରାୟଣଗୁରୁ ସମାଧି ଦିବସ ନିମନ୍ତେ କୋଚ୍ଚି, ପଣାଜୀ ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ।

୨୩ ସେପ୍ଟେମ୍ବର- ଚତୁର୍ଥ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।

୨୪ ସେପ୍ଟେମ୍ବର- ରବିବାର ପାଇଁ ବ୍ୟାଙ୍କ ଛୁଟି।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

୨୫ ସେପ୍ଟେମ୍ବ-ର ଶଙ୍କର ଦେବ ଜୟନ୍ତୀ ନିମନ୍ତେ ଗୌହାଟୀରେ ବ୍ୟାଙ୍କ ବନ୍ଦ ରହିବ

୨୭ ସେପ୍ଟେମ୍ବର- ମିଲାଦ ଏ ସରିଫ ନିମନ୍ତେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ଛୁଟି ରହିବ।

୨୮ ସେପ୍ଟେମ୍ବର- ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।

୨୯ ସେପ୍ଟେମ୍ବର -ଇଦ ଏ ମିଲାଦ ଉନ ନବୀ ଯୋଗୁ ଗାଙ୍ଗଟୋକ, ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।

-ଏଣୁ ବ୍ୟାଙ୍କ ଛୁଟି ଓ ନିଜ ଅଞ୍ଚଳର ପର୍ବପର୍ବାଣୀ ଦେଖି ଆଗୁଆ ବ୍ୟାଙ୍କ କାମ ଶେଷ କରି ନିଅନ୍ତୁ।

Share this story