ଅଟୋ-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ; ୪ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

auto dashed with pick up van four dead

ଓଡ଼ିଆ ଗସିପ ବ୍ୟୁରୋ: ଉକୁଚାବେଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଅଟୋ ସହ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି ।

ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କ ଚିକିତ୍ସା ଚାଲିଛି ।

ଅଧିକ ପଢ଼ନ୍ତୁ : ଅଟୋରେ ୧୮ଜଣ ଯିବା ହେଲା କାଳ : ଓଲଟିଲା ଗାଡି; ଜଣେ ମହିଳା ଶ୍ରମିକ ମୃତ, ୧୫ ଆହତ...

ଆଜି ସକାଳୁ ଅଟୋଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଆଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା ।

ଅଟୋରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ମୃତ୍ୟୁ ହୋଇଛି ।

Share this story

World Odia Language Conferene