ଆଖିବୁଜା ଗୁଳି ଚାଳନାରେ ୨୨ ମୃତ୍ୟୁ, ୬୦ରୁ ଅଧିକ ଆହତ, ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ପୋଲିସ
 

At least 22 dead in shootings in US suspect identified as ex army instructor
ଆଖିବୁଜା ଗୁଳି ଚାଳନାରେ ୨୨ ମୃତ୍ୟୁ, ୬୦ରୁ ଅଧିକ ଆହତ

ଓଡ଼ିଆ ଗସିପ୍ ବ୍ୟୁରୋ: ଆମେରିକାରେ ଏକ ଛାତିଥରା ଘଟଣା ସାମ୍ନନାକୁ ଆସିଛି । ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗୁଳି ଚାଳନାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡି଼କାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଆମେରିକାର ମେନେ ଅନ୍ତର୍ଗତ ଲିୱିଷ୍ଟନ୍‌ରେ ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆଖିବୁଜା ଗୁଳି ଚାଳନାରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶା କରାଯାଉଛି । ତେବେ ଗୁଳିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ  ଆରମ୍ଭ କରିଛି । ସେପଟେ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଘରୁ ନବାହାରିବା ପାଇଁ ଅପିଲ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରାଯାଇଛି । ଯେଉଁଥିରେ ଅଭିଯୁକ୍ତ ହାତରେ ଏକ ସେମି ଅଟୋମେଟିକ୍ ରାଇଫଲ ଧରିଥିବା ଦେଖାଯାଇଛି ।

ତେବେ ଏଯାଏଁ ସନ୍ଦିଗ୍ଧଙ୍କ ପରିଚୟ ମିଳିପାରିନଥିବା ବେଳେ ଆକ୍ରମଣକାରୀ ରବର୍ଟ କାର୍ଡ ବୋଲି କୁହାଯାଉଛି । ସେ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ସେନାରେ ହାବିଲଦାର ଭାବରେ କାର୍ଯ୍ୟ କରିଥିଲା ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍‌

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ବାସିନ୍ଦା ଘରୁ ବାହାରିବାକୁ ଭୟ କରୁଛନ୍ତି । ଅଭିଯୁକ୍ତ ଫେରାର ଥିବାରୁ ଲୋକମାନେ ଭୟରେ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଅଭିଯୁକ୍ତକୁ ଖୋଜିବାଲେ ଲାଗିପଡ଼ିଛି ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଅଦ୍ଭୁତ ସଂଯୋଗ, ଶରଦ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ହେବେ ମାଲାମାଲ୍  !

Share this story