ନିର୍ବନ୍ଧ ସରି ଥିବା ଝିଅକୁ ନିଶାଦ୍ରବ୍ୟ ଦେଇ ଅଚେତ କରାଇ ଦୁଷ୍କର୍ମ ଓ ପରେ ‘ବ୍ଲାକ୍‌ମେଲ୍‌’ କରି ଗିରଫ ହେଲେ ଡାକ୍ତର
 

AIIMS-Delhi doctor held for rape of 25-yr-old woman he got engaged to
ନିର୍ବନ୍ଧ ସରି ଥିବା ଝିଅ ସହିତ ଦୁଷ୍କର୍ମ କରି ଗିରଫ ହେଲେ ଡାକ୍ତର
 

ଓଡ଼ିଆ ଗସିପ୍ ବ୍ୟୁରୋ: ୨୫ ବର୍ଷୀୟ ଜଣେ ଯୁବତୀଙ୍କ ସଂଘାତିକ ଅଭିଯୋଗ ନେଇ ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁ ଝିଅ ସହିତ ନିର୍ବନ୍ଧ ହୋଇଥିଲା ତାଙ୍କ ସହିତ ଦୁଷ୍କର୍ମ ଓ ‘ବ୍ଲାକ୍‌ମେଲ୍‌’ କରିବା ଅଭିଯୋଗରେ ‘ଏମ୍‌ସ୍‌-ଦିଲ୍ଲୀ’ର ଜଣେ ‘ରେସିଡେନ୍‌ସ୍‌’ ଡାକ୍ତରଙ୍କୁ ମଙ୍ଗଳବାର ଦିନ ଗିରଫ କରି ଗାଜିଆବାଦକୁ ଅଣାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। 

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!

ସୂଚନା ମୁତାବକ ଯୁବତୀଜଣକ ଥାନାରେ ଅଭିଯୋଗ କରିଥିଲେ ଯେ, ହରିୟାଣାର ମହେନ୍ଦ୍ରଗଡ଼ ନିବାସୀ ଉକ୍ତ ଡାକ୍ତର ତାଙ୍କ ସହିତ ମାସ ମାସ ଧରି ଯୌନସମ୍ପର୍କ ରଖିବାରୁ ସେ ଅନ୍ତଃସତ୍ତ୍ବା ହୋଇଥିଲେ। ତା’ପରେ କୌଶଳକ୍ରମେ ସେ ଡାକ୍ତର ତାଙ୍କୁ ଗର୍ଭପାତ ବଟିକା ଖୁଆଇ ଦେଇଥିଲେ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

ଅଭିଯୋଗ ଅନୁସାରେ, ଉଭୟ ଡାକ୍ତର ଓ ଝିଅଙ୍କ ପରିବାର ଲୋକେ ମାର୍ଚ ମାସରେ ବାହାଘର କଥା ପକ୍କା କରିଥିଲେ। ଏପ୍ରିଲ୍‌ ୨ ତାରିଖରେ ମୁଦି ପିନ୍ଧାପିନ୍ଧି କରାଯାଇ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ସମୟରେ ଝିଅଘର ଯୌତୁକ ଭାବେ ୫ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ, ବିବାହ ପୂର୍ବରୁ ସ୍କର୍ପିଓ ଗାଡ଼ି ପାଇଁ ଡାକ୍ତରଙ୍କ ପରିବାର ଆଉ ୨୫ ଲକ୍ଷ ଟଙ୍କା ଦାବି କରୁଥିଲେ ବୋଲି ଝିଅ କହିଛି।

ଅଧିକ ପଢନ୍ତୁ : ବୃଥା ଚିନ୍ତାକରି ମନୋବଳ ହ୍ରାସ ପାଇବା ସହ ଏମାନଙ୍କ ଉପରେ ହେବ ଟଙ୍କା ବର୍ଷା, ପଢନ୍ତୁ ଆଜିର ରାଶିଫଳ 

ଜୁନ୍‌ ମାସରେ ‘ପିଏଚ୍‌ଡି’ ପେପର୍‌ ଲେଖିବାକୁ ଅଛି ଦର୍ଶାଇ ଡିସେମ୍ବର ପୂର୍ବରୁ ବାହା ହେବେନାହିଁ ବୋଲି ଡାକ୍ତରଜଣକ କହିବାରୁ ବାହାଘରକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ, ମେ ୨୪ ତାରିଖ ଦିନ ଝିଅ ସେ ଡାକ୍ତରଙ୍କୁ କହିଲା ଯେ, ତା’ର ବାପାମାଆ ସହରରୁ ବାହାରକୁ ଯାଇଛନ୍ତି। ଏକଥା ଶୁଣି ଡାକ୍ତର ଓ ତାଙ୍କ ଭିଣୋଇ ଝିଅ ଘରକୁ ବୁଲି ଆସିଲେ। ଦୁହେଁ ପାନୀୟରେ ନିଶାଦ୍ରବ୍ୟ ଦେଇ ତାଙ୍କୁ ଅଚେତ କରାଇ ଦେଇଥିଲେ। ଆଉ ଚେତା ଫେରିବା ବେଳକୁ ସେ ଶେଯରେ ବିବସ୍ତ୍ର ହୋଇ ଡାକ୍ତରଙ୍କ ପାଖରେ ଶୋଇଥିବା କଥା ଜାଣିଲେ। ତାଙ୍କ ଭିଣୋଇ ଉକ୍ତ ଯୌନାଚାରର ଭିଡିଓ ରେକର୍ଡିଙ୍ଗ୍‌ କରିବା ସହିତ ଯୌନଉତ୍ପୀଡ଼ନ ଦେଇଥିବା କଥା ମଧ୍ୟ ସେ ଝିଅ ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ଉକ୍ତ ଭିଡିଓ ଏବଂ ଫଟୋଦ୍ବାରା ‘ବ୍ଲାକ୍‌ମେଲ୍‌’ କରି କେତେ ମାସ ଧରି ଡାକ୍ତରଜଣକ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିଥିଲେ। ସେଥିପାଇଁ ତାଙ୍କୁ ଅନେକ ଥର ‘ଏମସ୍‌’ ହଷ୍ଟେଲ୍‌କୁ ଡକାଇଥିଲେ। ଅନ୍ତଃସତ୍ତ୍ବା ହେବା କଥା ଅକ୍ଟୋବର ମାସରେ ଜାଣିବା ପରେ ସେ ତାଙ୍କୁ ଗର୍ଭପାତ କରିବା ପାଇଁ କହିଲେ। ଯୋଗକୁ ଦିନେ ସେ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିଲେ ଏବଂ ଜର ଔଷଧ ବୋଲି କହି ଡାକ୍ତର ତାଙ୍କୁ ଗର୍ଭପାତ ବଟିକା ଦେଇଦେଲେ। ଝିଅର ଅଭିଯୋଗ ଓ ଗର୍ଭପାତ କରାଯାଇଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ଉକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଥିବା କଥା କବି ନଗର ‘ଏସିପ’ ଅଭିଷେକ ଶ୍ରୀବାସ୍ତବ କହିଛନ୍ତି।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ
 

Share this story