ରାସ୍ତାରେ ଯାଉଥିବା ବେଳେ ୬ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଛଟପଟ ହୋଇ ଚାଲିଗଲା ଜୀବନ...

Six dead in road accident after truck rammed upon in Lucknow

ଓଡ଼ିଆ ଗସିପ ବ୍ୟୁରୋ : ରବିବାର ରାତିରେ ଏକ ବଡ଼ ଅଘଟଣ ଘଟିଯାଇଛି । କିଏ ଜାଣିଥିଲା ବାଟରେ ଯାଉ ଯାଉ ଜୀବନ ଚାଲିଯିବ ବୋଲି । ଯମ ବାଟରେ କାଳ ହୋଇ ଜଗିଥିବ ।

କାରଣ ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ କାର୍‌କୁ ଧକ୍କା ଦେଇ ଦ୍ରୁତ ଗତିରେ ମାଡ଼ିଆସି ରାସ୍ତାରେ ଯାଉଥିବା ଲୋକଙ୍କୁ ଚାପି ଦେଇଥିବା ଜଣା ପଡ଼ିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପୁଣି ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଶ୍ରେୟା, କହିଲେ ହ୍ୟୁମାନ ସାଗରଙ୍କ ଜୀବନରେ ସେହି ତୃତୀୟ ବ୍ୟକ୍ତି ଜଣକ କିଏ ?

ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକ୍ ଧକ୍କା ଦେଇଥିବା କାରରେ ୪ରୁ ୫ ଜଣ ଲୋକ ଫସି ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇଁ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Share this story