ପୁଣି ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଶ୍ରେୟା, କହିଲେ ହ୍ୟୁମାନ ସାଗରଙ୍କ ଜୀବନରେ ସେହି ତୃତୀୟ ବ୍ୟକ୍ତି ଜଣକ କିଏ ?

Who is this third person in Humane Sagar life questions wife Shreya Mishra

ଓଡ଼ିଆ ଗସିପ ବ୍ୟୁରୋ : ଓଲିଉଡ୍ ଗାୟକ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ କମିବା ବଦଳରେ ଅଧିକ ତେଜିବାରେ ଲାଗିଛି । ପତ୍ନୀ ଶ୍ରେୟା ଆଜି ଯେଉଁସବୁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପର୍କକୁ ସୁଧାରିବା ପରିବର୍ତ୍ତେ ଅଧିକ ଜଟିଳ କରିଛି । ସାମ୍ବାଦିକ ସମ୍ମିଳନୀ କରି ଶ୍ରେୟା ହ୍ୟୁମାନଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ହ୍ୟୁମାନ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଏମିତିକି ମାଡ ଲୁଚାଇବାକୁ ଦେହରେ ଟାଟୁ କରିବାକୁ ପଡିଥିଲା ବୋଲି ଶ୍ରେୟା କହିଛନ୍ତି । ଯାହାକି ଏହି ଘରକଳିକୁ ଅଧିକ ଚର୍ଚ୍ଚିତ କରିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ଭିସେରା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ମୃତ୍ୟୁକୁ ଅପ୍ରାକୃତିକ କହିଲେ ବାପା...

ଆହୁରି ଆଗକୁ ବଢ଼ିଛି ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ମଧ୍ୟରେ ବିବାଦ । ଥାନାରେ ଅଭିଯୋଗ ପରେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେଉନଥିବା ଶ୍ରେୟା, ପ୍ରେସମିଟ୍ ଡାକି ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିଛନ୍ତି । ନଜର ପକାନ୍ତୁ ଶ୍ରେୟାଙ୍କ ଅଭିଯୋଗ ଉପର :

ପତ୍ନୀ ଶ୍ରେୟା ଯେଉଁସବୁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପର୍କରେ ସୁଧାର ଆଣିବା ପରିବର୍ତ୍ତେ ମାମଲାକୁ ଆହୁରି ଜଟିଳ କରିଦେଇଛି । ଏସବୁ ଭିତରେ ଶ୍ରେୟା ପରକୀୟା ପ୍ରୀତି କଥା ମଧ୍ୟ ଉଠାଇଛନ୍ତି । ସେମାନଙ୍କ ଜୀବନରେ ତୃତୀୟ ବ୍ୟକ୍ତି ଜଣକ କିଏ, ସେନେଇ କିଛି କହିନାହାନ୍ତି ଶ୍ରେୟା । ପତ୍ନୀ ଶ୍ରେୟାଙ୍କ ଅଭିଯୋଗ ପରେ ଗଣମାଧ୍ୟମରେ ଏହାର ଜବାବ ରଖିଛନ୍ତି ହ୍ୟୁମାନ ।

ପୁଣିଥରେ ସେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହ୍ୟୁମାନ କହିଛନ୍ତି….ତାଙ୍କୁ ଫୋନ ନକରି କାହିଁକି ପ୍ରେସମିଟ୍ କରୁଛନ୍ତି ଶ୍ରେୟା? ମଦ ପିଇ ମାଡ଼ ମାରିବା ଅଭିଯୋଗ ମିଛ । ପରକୀୟା ପ୍ରୀତି ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆସିଲା ସରକାରଙ୍କ ନୂଆ ଯୋଜନା: ବିବାହିତ ଦମ୍ପତି ଆବେଦନ କରନ୍ତୁ ବର୍ଷକୁ ମିଳିବ ୫୧ ହଜାର, କେମିତି କରିବେ ଜାଣନ୍ତୁ...

ହୁହିଁଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ୨ ଦିନ ସମୟ ଦେଇଥିଲା ପୁଲିସ । ସୋମବାର ପୁଣିଥରେ ଥାନାରେ ହାଜର ହେବେ ହ୍ୟୁମାନ ସାଗର । ଏହାପରେ ମାମଲା କେଉଁ ମୋଡ଼ ନେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

କାରଣ ଗୋଟିଏ ପଟେ ଶ୍ରେୟା କହୁଛନ୍ତି, ସେ ଯେଉଁ ଅଭିଯୋଗ ଆଣିଛନ୍ତି, ସେନେଇ ତାଙ୍କ ପାଖରେ ପ୍ରମାଣ ରହିଛି । ଠିକ୍ ସମୟରେ ସେ ଏହାର ପ୍ରମାଣ ଦେବେ । ଅନ୍ୟପଟେ ହ୍ୟୁମାନ ସାଗର ମଧ୍ୟ ବୁଝାମଣାର ବାଟ ବନ୍ଦ ହେଲେ ସବୁ କଥା କହିବେ ବୋଲି ସଙ୍କେତ ଦେଇଛନ୍ତି ।

Share this story