ଦେଖନ୍ତୁ ଭିଡ଼ିଓ: ସାନିଆ ମିର୍ଜାଙ୍କ ଏହି ସବୁ କଥା ମନେପକେଇ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ

ଓଡ଼ିଆ ଗସିପ ବ୍ୟୁରୋ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ(Shoaib Malik)ଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମିଡିଆ ରିପୋର୍ଟ ଅନୁସାରେ, ଉଭୟଙ୍କର ବିବାହ ବିଚ୍ଛେଦ ହେବାକୁ ଯାଉଛି । ହେଲେ ଏସବୁ ଭିତରେ ଶୋଏବଙ୍କ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଦେଖିବାକୁ ମିଳିଛି, ଲାଇଭ୍ ଟିଭିରେ ଶୋଏବ କାନ୍ଦୁଛନ୍ତି ।
ଏହି ଭାଇରାଲ୍ ଭିଡିଓ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍(T20 World Cup 2022) ଫାଇନାଲ୍ ମ୍ୟାଚ୍ର ଦିନକ ପୂର୍ବର ଭିଡିଓ । ଯାହାକି ପାକିସ୍ତାନର ଏକ ଚ୍ୟାନେଲରେ ପ୍ରସାରିତ ହୋଇଥିଲା ।
ଭିଡିଓରେ ଦେଖିବାକୁ ମିଳିଛି ଲାଇଭ୍ ଟିଭି(Live TV)ରେ ପ୍ୟାନେଲ୍ ଡିସ୍କସନ୍ ଚାଲିଥିବା ବେଳେ ଆଙ୍କର ଏହି ସମୟରେ ଶୋଏବଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ୨୦୦୭ରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ହାରିବା ଓ ୨୦୦୯ରେ ଟି-୨୦ ବିଶ୍ୱକପ୍ ଜିତିବା ନେଇ ଶୋଏବଙ୍କୁ ଆଙ୍କର ପ୍ରଶ୍ନ ପଚାରିଥିଲେ ।
ଏହାର ଉତ୍ତର ଦେବା ବେଳେ ଶୋଏବ ଇମୋସନାଲ ହୋଇ କାନ୍ଦି ପକାଇଥିଲେ । ଆଙ୍କର, ଶୋଏବଙ୍କୁ ପ୍ରଶ୍ନ କରିଥିଲେ ଯେ, ପ୍ରଥମେ ମୁଁ ଆପଣଙ୍କୁ ୨୦୦୭ରେ ଟି-୨୦ ବିଶ୍ୱକପ୍ ଫାଇନାଲ୍ ହାରିବା ନେଇ ପ୍ରଶ୍ନ ପଚାରିବି । ପରେ ୨୦୦୯ରେ ଜିତିବା ନେଇ ପ୍ରଶ୍ନ ପଚାରିବି ।
ଏହାପରେ ଶୋଏବ କହିଥିଲେ ଯେ, ‘ଯେତେବେଳେ ଆମେ ୨୦୦୯ରେ ଫାଇନାଲ୍ ଜିତିଥିଲୁ, ସେତେବେଳେ ୟୁନିସ୍ ଭାଇ ମୋତେ ଡାକି ମୋ ହାତରେ ଟ୍ରଫି ଧରାଇ ଥିଲେ । ଏହା ମୋ ପାଇଁ ବହୁତ ସ୍ପେଶାଲ ଥିଲା ।’ ଏହା କହିବା ପରେ ଶୋଏବ ଇମୋସନାଲ ହୋଇ ଲାଇଭ୍ ଟିଭିରେ କାନ୍ଦି ପକାଇଥିଲେ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି । ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି । ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟ୍ରେ ପରାସ୍ତ କରିଛି । ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ୍ ହରାଇ ୧୩୮ ରନ୍ କରିଛି । ଏଥିସହିତ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି ।
ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ସବୁ ପ୍ରହସନ, ପୁଣି ଏକାଠି ହେବେ ସାନିଆ ମିର୍ଜ଼ା ଏବଂ ସୋଏବ ମାଲିକ, କଲେ ଏହି ବଡ ଘୋଷଣା...
ସେପଟେ ସାନିଆ-ଶୋଏବଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟରେ ଉଭୟ ବଡ଼ ଘୋଷଣା କରିଛନ୍ତି । ଉଭୟେ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ । ସାନିଆ ଏବଂ ଶୋଏବ ଏକ ଟକ୍ ଶୋ’ ରେ ନଜର ଆସିବେ ବୋଲି ସେମାନେ ଘୋଷଣା କରିଛନ୍ତି । କିଛି ଦିନ ହେବ ଶୋଏବ-ସାନିଆଙ୍କ ମଧ୍ୟରେ ତଲାକ୍ ଖବର ପାଇଁ ଚର୍ଚ୍ଚା ଜୋର୍ ଧରିଛି । ସାନିଆଙ୍କୁ ଶୋଏବ ଧୋକା ଦେଇଥିବା କୁହାଯାଉଛି । ଏପରିକି ସାନିଆ ଓ ଶୋଏବଙ୍କ ଜଣେ ଘନିଷ୍ଠ ବନ୍ଧୁ ଦାବି କରିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇସାରିଲାଣି ।