ସବୁ ପ୍ରହସନ, ପୁଣି ଏକାଠି ହେବେ ସାନିଆ ମିର୍ଜ଼ା ଏବଂ ସୋଏବ ମାଲିକ, କଲେ ଏହି ବଡ ଘୋଷଣା...

sania mirza and shoaib mallik will seen together

ଓଡ଼ିଆ ଗସିପ ବ୍ୟୁରୋ: ସବୁ ପ୍ରହସନ, ପୁଣି ଏକାଠି ହେବେ ସାନିଆ ମିର୍ଜ଼ା ଏବଂ ସୋଏବ ମାଲିକ, କଲେ ଯହେଇ ବଡ ଘୋଷଣା । ଏହି ଦୁଇ କପଲ 150 କୋଟି ଭାରତୀୟଙ୍କ ହୃଦୟ ଗୋଟେ ପ୍ରକାର ଭାଙ୍ଗିଛନ୍ତି କାହିଁକି ନା ପୁଣି ଏହି ଦୁଇ ଖେଳାଳି କପଲ ଏକାଠି ହେବାକୁ ଯାଉଛନ୍ତି ।

ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ୍ ମଲ୍ଲିକଙ୍କ ବିବାହ ବିଚ୍ଛେଦ ଖବର ଭିତରେ ଦୁହେଁ ଏକ ବଡ ଘୋଷଣା କରିଛନ୍ତି । ଦୁହେଁ ଖୁବଶୀଘ୍ର ଏକ ଟକ୍ ସୋ’ରେ ନଜର ଆସିବେ । ତେବେ ଏନେଇ ଦୁହେଁ ସାନିଆ ଆଉ ସୋଏବ ହିଁ ଘୋଷଣା କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବିଶ୍ୱ ଚାମ୍ପିଅନ୍ ହୋଇ ଇଂଲଣ୍ଡ ପାକିସ୍ତାନରୁ ଏତିକି ବର୍ଷର ପୁରୁଣା ପ୍ରତିଶୋଧ ନେଲା, ଯାହା ଆପଣଙ୍କୁ ଜାଣିବା ଜରୁରୀ

ଏହି ଟକ୍ ସୋ’ରେ ଉଭୟ ସାନିଆ ମିର୍ଜା ଓ ସୋଏବ୍ ମଲ୍ଲିକ ନଜର ଆସିବେ । ସେମାନେ ଏହି ଟକ୍ ସୋର ନାଁ ରଖିଛନ୍ତି ‘ମିର୍ଜା ମଲିକ୍ ସୋ’ । ଯାହାର ପୋଷ୍ଟର ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଟିଭି ସୋ ଏକ ପାକିସ୍ତାନୀ ଚ୍ୟାନେଲରେ ପ୍ରସାରିତ ହେବ ।

କିଛି ଦିନ ହେଲା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ହେବା ନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଦୁଇ ଜଣଙ୍କ ଭିତରେ ସବୁକିଛି ଠିକ୍ ନଥିବା ନେଇ ଖବର ପ୍ରକାଶ ପାଇଥିଲା ।

ଏମିତି କି ସୋଏବ ସାନିଆଙ୍କୁ ଧୋକା ଦେଇଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ହେଲେ ଏ ସମ୍ପର୍କରେ ଦୁହେଁ କୌଣସି ବି ପ୍ରତିକ୍ରିୟା ରଖିନଥିଲେ । ଆଉ ଏହାରି ଭିତରେ ଦୁହେଁ ମିଶି ଏକାଠି ସୋ କରିବା ଭିନ୍ନ ଏକ ସନ୍ଦେଶ ଦେଇଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମ୍ୟାଚ କିଛି ଏପରି ଥିଲା: ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଇଂଲଣ୍ଡ ଜିତିଲା ଟ୍ଵେଣ୍ଟି-୨୦ ବିଶ୍ଵ କପ୍‌ ୨୦୨୨, ଷ୍ଟୋକ୍ସଙ୍କ ଦମଦାର ଅର୍ଦ୍ଧଶତକ ଦେଲା ବିଜୟୀ

ସୋଏବ ମଲ୍ଲିକଙ୍କର ନାଁକୁ ପାକିସ୍ତାନର ମଡେଲ ଆୟଶା ଉମରଙ୍କ ସହ ଯୋଡା ଯାଉଛି । ମିଡିଆ ରିପୋର୍ଟସ ମୁତାବକ, ସୋଏବ ଓ ଆୟଶା ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ବେଳେ, ଏହି ସମ୍ପର୍କ କାରଣରୁ ସୋଏବ ମଲ୍ଲିକ ସାନିଆଙ୍କୁ ତଲାକ୍ ଦେଇପାରନ୍ତି ବୋଲି କୁହାଯାଉଥିଲା । ତେବେ ଏହି ନୂଆ ସୋ ଆସିବା ପରେ, ସାନିଆ-ସୋଏବ ତଲାକ ନେବେ କି ନାହିଁ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

ସୂଚନାଯୋଗ୍ୟ ଯେ, ୨୦୧୦ ମସିହା ଏପ୍ରିଲ ମାସ ୧୨ ତାରିଖରେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ହାତ ଧରିଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ । ଏହି ବିବାହକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହେବା ସହିତ ସୋଏବଙ୍କୁ ଅନେକ ବିରୋଧର ସାମ୍ନା କରିବାକୁ ପଡିଥିଲା ।

Share this story