ସୁଧୁରିବେନି ଖେଳାଳି କପଲ: ବିବାହ ବିଚ୍ଛେଦ ଖବର ଭିତରେ ସାନିଆ-ସୋଏବଙ୍କ ବଡ ଘୋଷଣା, ଏକାଠି କରିବେ ଟକ୍ ସୋ’...

sania mirza

ଓଡ଼ିଆ ଗସିପ ବ୍ୟୁରୋ: ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ୍ ମଲ୍ଲିକଙ୍କ ବିବାହ ବିଚ୍ଛେଦ ଖବର ଭିତରେ ଦୁହେଁ ଏକ ବଡ ଘୋଷଣା କରିଛନ୍ତି । ଦୁହେଁ ଖୁବଶୀଘ୍ର ଏକ ଟକ୍ ସୋ’ରେ ନଜର ଆସିବେ । ତେବେ ଏନେଇ ଦୁହେଁ ସାନିଆ ଆଉ ସୋଏବ ହିଁ ଘୋଷଣା କରିଛନ୍ତି ।

ଏହି ଟକ୍ ସୋ’ରେ ଉଭୟ ସାନିଆ ମିର୍ଜା ଓ ସୋଏବ୍ ମଲ୍ଲିକ ନଜର ଆସିବେ । ସେମାନେ ଏହି ଟକ୍ ସୋର ନାଁ ରଖିଛନ୍ତି ‘ମିର୍ଜା ମଲିକ୍ ସୋ’ । ଯାହାର ପୋଷ୍ଟର ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଟିଭି ସୋ ଏକ ପାକିସ୍ତାନୀ ଚ୍ୟାନେଲରେ ପ୍ରସାରିତ ହେବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଖଟ ଉପରେ ଖେଳ କରି ପାରିଲେନି ଖେଳାଳି କପୁଲ, ସାମ୍ନାକୁ ଆସିଲା ଶୋଏବ ମଲିକ ଏବଂ ସାନିଆ ମିର୍ଜାଙ୍କ ଛାଡପତ୍ର ରହସ୍ୟ

କିଛି ଦିନ ହେଲା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ହେବା ନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଦୁଇ ଜଣଙ୍କ ଭିତରେ ସବୁକିଛି ଠିକ୍ ନଥିବା ନେଇ ଖବର ପ୍ରକାଶ ପାଇଥିଲା ।

ଏମିତି କି ସୋଏବ ସାନିଆଙ୍କୁ ଧୋକା ଦେଇଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ହେଲେ ଏ ସମ୍ପର୍କରେ ଦୁହେଁ କୌଣସି ବି ପ୍ରତିକ୍ରିୟା ରଖିନଥିଲେ । ଆଉ ଏହାରି ଭିତରେ ଦୁହେଁ ମିଶି ଏକାଠି ସୋ କରିବା ଭିନ୍ନ ଏକ ସନ୍ଦେଶ ଦେଇଛି ।

ସୋଏବ ମଲ୍ଲିକଙ୍କର ନାଁକୁ ପାକିସ୍ତାନର ମଡେଲ ଆୟଶା ଉମରଙ୍କ ସହ ଯୋଡା ଯାଉଛି । ମିଡିଆ ରିପୋର୍ଟସ ମୁତାବକ, ସୋଏବ ଓ ଆୟଶା ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ବେଳେ, ଏହି ସମ୍ପର୍କ କାରଣରୁ ସୋଏବ ମଲ୍ଲିକ ସାନିଆଙ୍କୁ ତଲାକ୍ ଦେଇପାରନ୍ତି ବୋଲି କୁହାଯାଉଥିଲା । ତେବେ ଏହି ନୂଆ ସୋ ଆସିବା ପରେ, ସାନିଆ-ସୋଏବ ତଲାକ ନେବେ କି ନାହିଁ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଶୋଏବ ମଲ୍ଲିକ୍‌ ଙ୍କୁ ସାନିଆ ମିର୍ଜା ଦେଲେ ଛାଡପତ୍ର, ଦୁହେଁ ଦୁହିଁଙ୍କ ଠୁ ହେଲେ ଅଲଗା!

ସୂଚନାଯୋଗ୍ୟ ଯେ, ୨୦୧୦ ମସିହା ଏପ୍ରିଲ ମାସ ୧୨ ତାରିଖରେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କ ହାତ ଧରିଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ । ଏହି ବିବାହକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହେବା ସହିତ ସୋଏବଙ୍କୁ ଅନେକ ବିରୋଧର ସାମ୍ନା କରିବାକୁ ପଡିଥିଲା ।

Share this story