ଦେଖନ୍ତୁ ଭିଡ଼ିଓ: ଶୋଏବ ମଲ୍ଲିକ୍ ଙ୍କୁ ସାନିଆ ମିର୍ଜା ଦେଲେ ଛାଡପତ୍ର, ଦୁହେଁ ଦୁହିଁଙ୍କ ଠୁ ହେଲେ ଅଲଗା!
ଓଡ଼ିଆ ଗସିପ ବ୍ୟୁରୋ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ୍ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି । ଉଭୟ ପରସ୍ପରଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ସାନିଆ ମିର୍ଜାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏହି କଳ୍ପନା ଜଳ୍ପନାର କାରଣ ହୋଇଛି ।
ଶୁକ୍ରବାର ଦିନ ସାନିଆ ମିର୍ଜା ନିଜ ପୁଅ ଇଜାନଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, 'ଯେଉଁ ମୁହୂର୍ତ୍ତ ଗୁଡ଼ିକ ମୋତେ କଠିନ ଦିନ ଆଡକୁ ନେଇଯାଇଛି ' ।
ପାକିସ୍ତାନୀ ଗଣମାଧ୍ୟମରେ ସାନିଆ ମିର୍ଜା ଶୋଏବ ମଲିକଙ୍କ ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ ଉଭୟ ପରସ୍ପରଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ସାନିଆ ଏବଂ ଶୋଏବ ମଧ୍ୟରେ କିଛି ଠିକ୍ ଚାଲିନାହିଁ ।
କହିବାକୁ ଗଲେ ସାନିଆ ଏବଂ ଶୋଏବ ୨୦୧୦ ମସିହାରେ ବିବାହ କରିଥିଲେ ଏବଂ ଉଭୟେ ୨୦୧୮ ରେ ପିତାମାତା ହୋଇଥିଲେ ।
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଦୁହେଁ କ୍ରୀଡା ଜଗତର ତାରକା ଅଟନ୍ତି । ତେବେ ଇଣ୍ଟରନେଟରେ ଏହି ଖବର ଦ୍ରୁତ ଗତିରେ ବ୍ୟାପୁଛି ।
କେବଳ ଏତିକି ହିଁ ନୁହେଁ ସାନିଆ ବି ଖରାପ ସମୟର ପୋଷ୍ଟ ସେୟାର କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଏସବୁ ବିଷୟରେ ଅଫିସିଆଲ ସୂଚନା ମିଳିନାହିଁ । ବଢୁଥିବା ଥିବା ଗୁଜବ ଉପରେ ସାନିଆ ଏବଂ ଶୋଏବ ମଧ୍ୟ ନିରବ ରହିଛନ୍ତି ।
ସାନିଆ ମିର୍ଜା ଏବଂ ଶୋଏବ ମଲିକ ୨୦୧୦ରେ ଏକ ବିବାଦୀୟ ପରିବେଶରେ ବିବାହ କରିଥିଲେ । ଅନ୍ୟ ଜଣେ ମହିଳା ଶୋଏବଙ୍କୁ ତାଙ୍କୁ ପ୍ରଥମେ ବିବାହ କରିଥିବା ଅଭିଯୋଗ କରିଥିଲେ ।
ଦେଖନ୍ତୁ ଭିଡ଼ିଓ:
ଅନ୍ୟପଟେ ମିର୍ଜା ଏବଂ ମଲିକ ନିଜ ପୁଅ ଇଜାନଙ୍କ ଜନ୍ମଦିନ ସେଲିବ୍ରେସନ କରିଥିଲେ । କିନ୍ତୁ ସାନିଆ ତାଙ୍କ ଇନଷ୍ଟାଗ୍ରାମରେ ପାର୍ଟିର ଚିତ୍ର ପୋଷ୍ଟ କରିନଥିଲେ । ଏହା ପ୍ରଶଂସକଙ୍କ ମନରେ ଆହୁରି ପ୍ରଶ୍ନ ବଢାଇଛି। ଏସବୁ କାରଣରୁ ଉଭୟଙ୍କ ଅଲଗା ହେବା ନେଇ କଳ୍ପନାଜଳ୍ପନା ଚାଲିଛି ।
ନିକଟରେ ପାକିସ୍ତାନୀ କ୍ରିକେଟ୍ ଶୋ 'ଆସ୍କ ଦ' ପାଭିଲନ୍'ରେ ଶୋଏବ ମଲିକଙ୍କୁ ସାନିଆ ମିର୍ଜାଙ୍କ ଟେନିସ୍ ଏକାଡେମୀ ଓ ସ୍ଥାନ ବିଷୟରେ ପଚରାଯାଇଥିଲା । ଏଥିରେ କ୍ରିକେଟର ଉତ୍ତର ଦେଇଥିଲେ ଯେ, ' ପ୍ରକୃତରେ ସାନିଆଙ୍କ ଟେନିସ ଏକାଡେମୀକୁ ମୁଁ କେବେ ଯାଇନି ଏବଂ ତାହା କେଉଁଠାରେ ଅବସ୍ଥିତି ମୁଁ ଜାଣିନି ' । ଶୋଏବଙ୍କ ଏହି ଉତ୍ତର ଉପସ୍ଥାପକଙ୍କୁ ସ୍ତବ୍ଧ କରି ଦେଇଥିଲା ।