ଝିଅ ହେବ ତ ଏମିତି, ଲାଲୁ ଯାଦବଙ୍କୁ କିଡନୀ ଦେଲେ ଝିଅ ରୋହିଣୀ

Rohini daughter of Lalu Prasad Yadav donate kidney to her father

ଓଡ଼ିଆ ଗସିପ ବ୍ୟୁରୋ: ଏହି ସମାଜରେ ଝିଅମାନଙ୍କୁ କେତେ ଯେ ପଛରେ ଗଣାଯାଉଛି ତାହା ନ କହିବା ଭଲ । ହେଲେ ସତ କହିବାକୁ ଗଲେ ଆଜିକାଲି ଝିଅ ମାନେ ତାଙ୍କ ଅଦ୍ଭୁତ କାମ କରି ସମସ୍ତଙ୍କୁ ପଛରେ ପକେଇ ଚାଲିଛନ୍ତି ।

ଆଉ ଏବେ ଆଉ ଏକ ଘଟଣା ନଜିର ଆସିଛି ଯେଉଁଠି ଝିଅ ନିଜ ବାପା ଜୀବନ ବଂଚେଇବା ପାଇଁ ନିଜ କିଡ଼ନୀ ଦାନ କରିଛନ୍ତି । ଆମେ ଓଡ଼ିଆ ଗସିପ ତରଫରୁ ଏହି ଝିଅକୁ ସଲାମ ଜଣାଉଛୁ ।

ଆମେ ଆଜି କହିବାକୁ ଯାଉଛୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କୁ କିଡନୀ ଦେଇଛନ୍ତି ଝିଅ ରୋହିଣୀ । ଆଜି ଲାଲୁଙ୍କର କିଡନୀ ପ୍ରତ୍ୟାରୋପଣ ସଫଳ ହୋଇଛି । ଏହା କରି ରୋହିଣୀ ସତରେ ନିଜର ବାପା ପ୍ରତି କେତେ ଭଲ ପାଇବା ତାହାକୁ ପ୍ରମାଣ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଦାନା ବାନ୍ଧୁଛି ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ! ୮ ତାରିଖ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା

ଅପରେସନ୍ ପରେ ଉଭୟଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ଟ୍ୱିଟ୍ କରି ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଜଣାଇଛନ୍ତି ।

ସୂଚନା ମୁତାବକ, ଲାଲୁ ଯାଦବ କିଡନୀ ସମସ୍ୟା ସହ ଏକାଧିକ ସମସ୍ୟା ଭୋଗୁଥିଲେ । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଆକ୍ଟୋବର ମାସରେ ସିଙ୍ଗାପୁର ନିଆଯାଇଥିଲା ।

ସେଠାରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏହାପରେ ଝିଅ ରୋହିଣୀଙ୍କ କିଡନୀ ସହ ତାଙ୍କ କିଡନୀ ମ୍ୟାଚ୍ କରିବାରୁ ଆଜି ତାଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଛି ।

Share this story