କ୍ଲାସରୁମ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ, ଫସିବେ ୪ କ୍ଲାସମେଂଟ...

Rape inside classroom held four classmates responsible for this heinous crime

ଓଡ଼ିଆ ଗସିପ ବ୍ୟୁରୋ: ମହାରାଷ୍ଟ୍ର ମୁମ୍ବାଇରେ ସ୍କୁଲ ଭିତରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ସଙ୍ଗୀନ ଅଭିଯୋଗ ଆସିଛି । ଗତ ସୋମବାର ୧୩ ବର୍ଷର ଅଷ୍ଟମ ଶ୍ରେଶୀ ଛାତ୍ରୀଙ୍କୁ କ୍ଲାସ ରୁମ ଭିତରେ ଦୁସ୍କର୍ମ କରିଛନ୍ତି ତାଙ୍କର ୪ ଜଣ କ୍ଲାସମେଂଟ ।

୪ ଜଣଙ୍କ ମଧ୍ୟରୁ ଜଣେ ଦୁସ୍କର୍ମ କରିଥିବା ବେଳେ ବାକି ୩ ଜଣ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ସ୍କୁଲର ବାର୍ଷିକ ଉତ୍ସବ ନେଇ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ବୈଠକ ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି ।

ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋସ୍କୋ ଆକ୍ଟରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଛାତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ତାଙ୍କ ମା’ଙ୍କୁ ଏସର୍ମ୍ପକରେ କହିଥିଲେ । ପରେ ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବା ପରେ ଘଟଣା ସମ୍ନାକୁ ଆସିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କନ୍ୟାରାଶିର ବ୍ୟକ୍ତିମାନଙ୍କର ଲୁଚି ରହିଥିବା କେତେକ ଗୁପ୍ତ ରହସ୍ୟ, ଜାଣନ୍ତୁ କିଛି ଅଜଣା କଥା...

ସୂଚନା ମୁତାବକ, ସ୍କୁଲର ବାଷିର୍କ ଉତ୍ସବ ପାଇଁ ସବୁ ଛାତ୍ରଛାତ୍ରୀଙ୍କୁ ବୈଠକ ହଲରେ ଏକାଠୀ ହେବାକୁ କୁହାଯାଇଥିଲା । ଏହି ସମୟରେ ଛାତ୍ରୀ ଜଣଙ୍କ ଏକାକୀ କ୍ଲାସ ରୁମରେ ରହିଯାଇଥିବା ବେଳେ ଦୁଇ ଜଣ ପିଲା କ୍ଲାସରୁମର କବାଟ ବନ୍ଦ କରିଦେଇଥିଲେ ।

ଏବଂ ବାକି ଦୁଇ ଜଣ କ୍ଲାସ ରୁମ ବାହାରେ ଥିଲେ । ଭିତରେ ଥିବା ଦୁଇ ପିଲାଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁସ୍କର୍ମ କରିଥିଲା ବାକି ପିଲା ତାଙ୍କୁ ଅସଦାଚରଣ କରିଥିଲେ ବୋଲି ଛାତ୍ରୀ ଜଣଙ୍କୁ ପୁଲିସକୁ କହିଛନ୍ତି ।

Share this story