ଚିତ୍କାର ସତ୍ତ୍ୱେ ଅଟକିଲେନି ମଦୁଆ କାର ଡ଼୍ରାଇଭର, ରାତି ୩ଟା ରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ କଲା ଏଭଳି ଖରାପ କାମ

Delhi women commissioner Swati Maliwal dragged by car

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀରେ ପୁଣି ଏକ ଅମାନୁଷିକ ଘଟଣା ଘଟିଛି । ଏଥର ସାଧାରଣ ମହିଳା ନୁହନ୍ତି ବରଂ ଖୋଦ୍ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ହୋଇଛନ୍ତି ଅସାମାଜିକ ଲୋକଙ୍କ ଆତଙ୍କରାଜର ଶିକାର ।

ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରରେ ସ୍ବାତୀଙ୍କୁ ପ୍ରାୟ ୧୫ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ କରିଛନ୍ତି ସ୍ବାତୀ । ଗତ ଗୁରୁବାର ରାତି ୩ଟା ୧୧ ମିନଟରେ ଘଟିଛି ଏହି ଅଘଟଣ ।

ମାଲିଓ୍ବାଲ କରିଥିବା ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ଏମସ୍ ପଛପଟେ ସେ ରିୟଲିଟି ଚେକ୍ କରୁଥିବାବେଳେ ୪୭ ବର୍ଷ ବୟସ୍କ ଜଣେ ମଦ୍ୟପ ଡ୍ରାଇଭର ହରିଶଚନ୍ଦ୍ର ତାଙ୍କୁ ବାଲେନୋ କାରରେ ବସିବା ଲାଗି ବାଧ୍ୟ କରିଥିଲା । ମାତ୍ର ସେ ମନା କରିବାରୁ ତାଙ୍କୁ ଜବରଦସ୍ତ କାରରେ ବସାଇବା ଲାଗି ବଳ ପ୍ରୟୋଗ କରିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ୭୧ ବର୍ଷ ବ୍ୟକ୍ତିଙ୍କୁ ସ୍କୁଟି ପଛରେ ଘୋଷାଡି ଘୋଷାଡି ରକ୍ତାତ କଲେ ଯୁବକ, ଦେଖନ୍ତୁ ଭିଡିଓ...

ଏହାରି ଭିତରେ ସ୍ବାତୀଙ୍କ ହାତ କାରର ଓ୍ବିଣ୍ଡୋରେ ଲାଖିଯାଇଥିବା ସତ୍ତ୍ବେ ଡ୍ରାଇଭର ଜଣକ କାରକୁ ଆଗକୁ ଚଳାଇଥିଲା । ଫଳରେ ପ୍ରାୟ ୧୫ ମିଟର ଯାଏ ସ୍ବାତୀ କାରରେ ଘୋଷାଡି ହୋଇଯାଇଥିଲେ ।

ମହିଳା କମିଶନଙ୍କ ଟିମ୍ କିଛି ଦୂରରେ ଥିବାରୁ ଡ୍ରାଇଭରଜଣକ ଏହି କାଣ୍ଡ ଘଟାଇବାକୁ ସକ୍ଷମ ହୋଇଥିଲା । ଏହି ଘଟଣାରେ ଡ୍ରାଇଭରକୁ ଗିରଫ କରାଯାଇଛି ।

ଗତ ଜାନୁଆରୀ ୧ରେ ଅଞ୍ଜଳି ସିଂ ନାମ୍ନୀ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ କାରରେ ୧୨ କିଲୋମିଟର ଘୋଷାଡି ନେବାରୁ ତାଙ୍କର ହୋଇଥିଲା ମୃତ୍ୟୁ ।

Share this story