୭୧ ବର୍ଷ ବ୍ୟକ୍ତିଙ୍କୁ ସ୍କୁଟି ପଛରେ ଘୋଷାଡି ଘୋଷାଡି ରକ୍ତାତ କଲେ ଯୁବକ, ଦେଖନ୍ତୁ ଭିଡିଓ...

71 year old man forcibly dragged by scooty video went viral

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା ମନରୁ ଲିଭି ନ ଥିବା ବେଳେ ଆଜି ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ସ୍କୁଟି ଦ୍ୱାରା ଜଣେ ବୟସ୍କ ବ୍ୟକ୍ତିଙ୍କୁ ବେଶ କିଛି ବାଟ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି ଜଣେ ଯୁବକ । ବେଙ୍ଗାଲୁରୁରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।

ବୟସ୍କ ବ୍ୟକ୍ତି ଜଣଙ୍କ ସ୍କୁଟର ପଛପଟ ବାର୍‌କୁ ଧରିଥିବା ବେଳେ ଯୁବକ ଜଣଙ୍କ ଗାଡ଼ିକୁ ଦ୍ରୁତଗତିରେ ନେଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଯେଉଁ ବୟସ୍କ ବ୍ୟକ୍ତି ଜଣଙ୍କ ଘୋଷାଡ଼ି ଘୋଷାଡ଼ି ହୋଇ ଯାଉଥିଲେ ତାଙ୍କର ବୟସ ୭୧ ବର୍ଷ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପ୍ରଥମେ ଯୁବକ ଚଳାଉଥିବା ସ୍କୁଟି ଓ ଗୋଟିଏ କାର ମଧ୍ୟରେ ଧକ୍କା ହୋଇଥିଲା। କାର୍‌ ଡ୍ରାଇଭର ଜଣଙ୍କ ଏସମ୍ପର୍କରେ ତାଙ୍କୁ ପ୍ରଶ୍ନ କରୁଥିବା ବେଳେ ସେ ଖସି ଯିବାକୁ ଚେଷ୍ଟା କରିଥିଲେ । ଏହା ଦେଖି ୭୧ ବର୍ଷୀୟ ମୁଥାପ୍ପା ସ୍କୁଟିର ପଛ ବାର୍‌କୁ ଧରି ପକାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଡୋପ୍ ଟେଷ୍ଟରେ ଧରାପଡ଼ିଲେ ଦୂତି ଚାନ୍ଦ, ସମସ୍ତ ଖେଳରୁ ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା

ସେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁବକ ଜଣଙ୍କ ଦ୍ରୁତଗତିରେ ଗାଡ଼ିକୁ ନେଇ ଚାଲିଯିବାକୁ ଚେଷ୍ଟା କରିଥିଲେ । ଫଳରେ ମୁଥାପ୍ପା ବେଶ କିଛି ବାଟ ମାଗାଡି ରାସ୍ତାରେ ଘୋଷାଡ଼ି ହୋଇ ଯାଇଥିଲେ ।

ଶେଷରେ ଜଣେ ଅଟୋ ଚାଳକ ସ୍କୁଟି ଆଗରେ ଗାଡ଼ି ରଖି ଦେବାରୁ ଯୁବକ ଜଣଙ୍କ ବାଧ୍ୟ ହୋଇ ସେହିଠାରେ ଅଟକି ଥିଲେ । ଏହି ଘଟଣାରେ ମୁଥପ୍ପା ସାମାନ୍ୟ ଆହତ ହୋଇଛନ୍ତି ।

ଆହତ ହୋଇଥିଲେ ମଧ୍ୟ ମୁଥାପ୍ପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଗୋବିନ୍ଦରାଜ ନଗରର ଗାୟତ୍ରୀ ହସ୍ପିଟାଲରେ ଚାଲିଛି । ସ୍କୁଟି ଚାଳକକୁ ଚିହ୍ନଟ କରି ପୋଲିସ ନିଜ ହେପାଜତକୁ ନେଇଛି ।

Share this story