ଡୋପ୍ ଟେଷ୍ଟରେ ଧରାପଡ଼ିଲେ ଦୂତି ଚାନ୍ଦ, ସମସ୍ତ ଖେଳରୁ ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା

Sprinter Dutee Chand fails dope test

ଓଡ଼ିଆ ଗସିପ ବ୍ୟୁରୋ: ଦୌଡରାଣୀ ତଥା ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଲାଗିଛି ବଡ଼ ଝଟକା । ଏସିଆନ୍ ଗେମ୍ସ ପୂର୍ବରୁ ଧାବିକା ଦୂତି ଡୋପ୍ ଟେଷ୍ଟରେ ଧରାପଡି ନିଲମ୍ବିତ ହୋଇଛନ୍ତି ।

ଡୋପ୍‌ ଟେଷ୍ଟ ପଜିଟିଭ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନେଇଛି ଓ୍ବାଲଡ ଆଣ୍ଟି ଡୋପିଂ ଏଜେନ୍ସି । ନିଷିଦ୍ଧ ସାମଗ୍ରୀ ସେବନ କରିଥିବା ଟେଷ୍ଟରୁ ଜଣାପଡ଼ିଛି ।

ଦୂତି ଚାନ୍ଦ ଡୋପ୍ ଟେଷ୍ଟ ପଜିଟିଭ ହୋଇଥିବା ନେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂତ୍ରରୁ ସୂଚନା ଦିଆଯାଇଛି । ଫଳରେ ଅଲିମ୍ପିଆନ ଦୂତିଙ୍କୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି ।

ତେବେ ଏନେଇ ଦୂତି ନିଜର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତ, କହିଲେ ମୋ ପାଖରେ ଖବର ନାହିଁ । ଦୂତି କହିଛନ୍ତି ଏଭଳି କୌଣସି ଚିଠି ମୋତେ ଏଯାଏଁ ମିଳିନାହିଁ । ପ୍ରସାରିତ ଖବର ସମ୍ପୂର୍ଣ୍ଣ ମିଛ । ଡୋପ୍ ଟେଷ୍ଟରେ ବିଫଳ କିମ୍ବା ନିଲମ୍ବିତ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ମେଲ୍ ମିଳିନଥିବା କହିଛନ୍ତି ଦୂତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଦେଖନ୍ତୁ ଭାଇରାଲ ଭିଡ଼ିଓ: ମହଙ୍ଗା ପଡିଲା ସ୍କୁଟିରେ ଖୁଲମ ଖୁଲା ରୋମାନ୍ସ , ପ୍ରେମିକ ସହ ଏପରି କଲା ପୋଲିସ...

ଡୋପ ଟେଷ୍ଟରେ ଧରାପଡ଼ି ସସ୍‌ପେଣ୍ଡ ହୋଇଥିବା ଖବରକୁ ଅସ୍ବୀକାର କରିଛନ୍ତି ଦୂତୀ ଚାନ୍ଦ । ଏସୀୟ କ୍ରୀଡ଼ା ପାଇଁ ହୋଇଥିବା ଡୋପ୍ ଟେଷ୍ଟରେ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଫେଲ୍‌ ହୋଇଥିଲେ । ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କୁ ସସପେଣ୍ଡ କରିଛନ୍ତି ବୋଲି ଏକ ଖବର ଆସିଛି ।

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ଦୂତୀ ଏହାକୁ ଅସ୍ବୀକାର କରିଛନ୍ତି । ଖବରକୁ ଫେକ୍ ବୋଲି କହିବା ସହ ତାଙ୍କ ପାଖକୁ ଓ୍ବାଡା ପକ୍ଷରୁ କିଛି ଅଫିସିଆଲ ଚିଠି ଆସିନି ବୋଲି ଦୂତୀ କହିଛନ୍ତି । ପୂର୍ବରୁ ୪ ଶହରୁ ଊର୍ଦ୍ଧ୍ବ ଥର ଡୋପ୍ ଟେଷ୍ଟ ଦେଇଛି । ଆଗକୁ ମୋର କିଛି ଗେମ୍ସ ନାହିଁ ।

"ମୁଁ ଡୋପ୍ ଟେଷ୍ଟ ମଧ୍ୟ ଦେଇନି । ପଜିଟିଭ ରିପୋର୍ଟ କେଉଁଠୁ ଆସିଲା ଜାଣିନି ବୋଲି", ଦୂତୀ କହିଛନ୍ତି । ମୋ ନାଁରେ ମିଛ ଖବର ପ୍ରସାରଣ କରାଯାଉଛି ବୋଲି ସେ କହିଛନ୍ତି ।

Share this story