କିସ (KISS) ହେଲା କାଳ, ସାରିଥିଲା ବିବାହ ହେଲେ ବେଦୀ ଛାଡି ପଳେଇଲେ କନ୍ୟା, ଜାଣନ୍ତୁ ଏପରି କଣ ଘଟିଗଲା...

Bride cancels wedding after varmala as groom publicly kisses her

ଓଡ଼ିଆ ଗସିପ ବ୍ୟୁରୋ: ସମସ୍ତଙ୍କ ସାମ୍ନାରେ କନ୍ୟାକୁ କିସ୍‌ କରିବା ବରଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ କନ୍ୟା ଜଣଙ୍କ ବାହାଘରକୁ ଶେଷ ମୁହୂର୍ତ୍ତରେ ଭାଙ୍ଗି ଦେବା ସହ ପୁଲିସ୍‌କୁ ଡାକି ବରଙ୍କୁ ସର୍ବସମ୍ମୁଖରେ ବେଇଜତ କରିଛନ୍ତି । ଉତ୍ତର ପ୍ରଦେଶର ସମ୍ଭଲରେ ଏପରି ଏକ ରୋଚକ ଘଟଣା ଘଟିଛି । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ମଙ୍ଗଳବାର ରାତିରେ ଗୋଟିଏ ବିବାହ କାର୍ଯ୍ୟକ୍ରମରେ ଏହା ଘଟିଥିଲା । ବାହା ହେବାକୁ ଯାଉଥିବା ବରକନ୍ୟା ଷ୍ଟେଜ ଉପରେ ପରସ୍ପରକୁ ଫୁଲ ମାଳ ପିନ୍ଧାଇଥିଲେ । ଏହି ସମୟରେ ଷ୍ଟେଜ ସାମ୍ନାରେ ପ୍ରାୟ ୩୦୦ ଅତିଥି ରହିଥିଲେ । ମାଳ ପିନ୍ଧିବା ପରେ ସମସ୍ତଙ୍କୁ ଚକିତ କରି ବର ଜଣଙ୍କ ନିଜ ଭାବୀ ପତ୍ନୀଙ୍କୁ ଷ୍ଟେଜ ଉପରେ ସ୍ନେହରେ କିସ୍‌ କରିଦେଇଥିଲେ ।

ବାସ୍‌ ଏତିକି କଥାରେ କନ୍ୟା ଜଣଙ୍କ ରାଗି ପାଚି ଲାଲ ପଡ଼ି ଯାଇଥିଲେ । ସେ ତୁରନ୍ତ ଷ୍ଟେଜ ଉପରୁ ତଳକୁ ଚାଲି ଆସିଥିଲେ ଓ ବାହ ହେବାକୁ ମନା କରି ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ । ୨୩ ବର୍ଷୀୟ ଯୁବତୀ ଜଣଙ୍କ କହିବା କଥା ଯେ ସାଙ୍ଗମାନଙ୍କ ସହ ବାଜି ଲଗାଇ ବର ଜଣଙ୍କ ତାଙ୍କୁ ସମସ୍ତଙ୍କ ସାମ୍ନାରେ କିସ କରିଥିଲେ । ତେଣୁ ସେ ତାଙ୍କ ଚରିତ୍ର ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।

ବାହାଘର ଅଧାରୁ ଭାଙ୍ଗି ଯିବାରୁ ଅତିଥିମାନେ ମଧ୍ୟ ଘରକୁ ଫେରି ଯାଇଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କନ୍ୟାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ସେ କାହା କଥା ବି ଶୁଣି ନାହାନ୍ତି । କନ୍ୟା ଜଣଙ୍କ ପୁଲିସ୍‌କୁ ଡାକିବା ପରେ ଉଭୟ ପକ୍ଷ ଥାନାକୁ ଯାଇଥିଲେ ।

ଥାନାରେ କନ୍ୟା ଜଣଙ୍କ କହିଛନ୍ତି ଯେ “ଆମେ ଷ୍ଟେଜରେ ଥିବା ବେଳେ ସେ (ବର) ମୋତେ ଅତ୍ୟନ୍ତ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ । ତଥାପି ମୁଁ ଏହାକୁ ଅଣଦେଖା କରିଥିଲି । ଏହାପରେ ସେ ଅତ୍ୟନ୍ତ ଅଭଦ୍ରଙ୍କ ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟାଇଥିଲେ । ମୁଁ ପୂରା ସ୍ତବ୍ଧ ହୋଇଯିବା ସହ ଅପମାନିତ ଅନୁଭବ କରିଥିଲି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପୁରୀରେ ଦୋହରାଇଲେ ନିର୍ଭୟା ଭଳି ନାରକିୟ କାଣ୍ଡ, ଦୁଷ୍କର୍ମ କଲେ ଆଉ ଅତି ନିର୍ମମ ଭାବେ ଏସିଡ଼ ପକେଇ ଜାଳିଦେଲେ...

ସେ ଆଦୌ ମୋ ଆତ୍ମସମ୍ମାନ କଥା ଚିନ୍ତା କରି ନଥିଲେ । ଅତିଥିମାନଙ୍କ ସାମ୍ନାରେ ସେ ଅଭଦ୍ର ଶୋଭାବ ପ୍ରଦର୍ଶନ କରିଛନ୍ତି । ଏପରି ସ୍ଥିତିରେ ସେ ଭବିଷ୍ୟତରେ କେମିତି ବ୍ୟବହାର କରିବେ ? ତେଣୁ ମୁଁ ତାଙ୍କ ସହ ବିବାହ କରିବାକୁ ମନା କରିଦେଇଛି ।

କନ୍ୟାଙ୍କ ମା’ କହିଛନ୍ତି, “ମୋ ଭାବୀ ଜ୍ୱାଇଁଙ୍କୁ ତାଙ୍କ ସାଙ୍ଗମାନେ ଉସକାଇଥିଲେ । ଏବେ ମୋ ଝିଅ ତାଙ୍କ ସହ ଯିବାକୁ ଚାହୁଁନି । ଆମେ ସମସ୍ତେ ଝିଅକୁ ବୁଝାଇବାକୁ ଚେଷ୍ଟା କରିଛୁ । ହେଲେ ସେ ଆଦୌ ରାଜି ହେଉନି । ଆମର ଆଶା ଆଗାମୀ ଦିନରେ ସବୁ କିଛି ଠିକ ହୋଇଯିବ । ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ଭଉଣୀକୁ ଉଠାଇନେଲା କ୍ରେନ, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ EXCLUSIVE ଭିଡ଼ିଓ...

ବାହଜୋଇ ଷ୍ଟେସନ ହାଉସ ଅଫିସର ପଙ୍କଜ ଲାଭାନିଆ କହିଛନ୍ତି, “ପରମ୍ପରାକୁ ବିଚାରକୁ ନେଲେ ଉଭୟ ବିବାହ କରି ସାରିଛନ୍ତି । ଘଟଣା ଘଟିବା ପୂର୍ବରୁ ବାହାଘରର ସବୁ ରୀତିନୀତି ଶେଷ ହୋଇଯାଇଥିଲା । କିନ୍ତୁ ଯୁବତୀ ଜଣଙ୍କ ୨୬ ବର୍ଷୀୟ ବର ବିବେକ ଅଗ୍ନିହୋତ୍ରୀଙ୍କ ସହ ଯିବାକୁ ମନା କରି ଦେଇଛନ୍ତି ।

ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ତେଣୁ ଆମକୁ ସ୍ଥିତି ଥଣ୍ଡା ପଡ଼ିବା ଯାଏ ଅପେକ୍ଷା କରିବାକୁ ପଡ଼ିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏହାପୂର୍ବରୁ ଶାହଦଜାହନପୁର ଓ ଲକ୍ଷ୍ମୀପୁର ଖେରିରେ ମଧ୍ୟ ଦୁଇଟି ବିବାହ ଶେଷ ମୁହୂର୍ତ୍ତରେ ଭାଙ୍ଗି ଯାଇଥିଲା । ବାହା ହେବାକୁ ଯାଉଥିବା ବର ନାଗିନ ଡ୍ୟାନ୍ସ କରିବାରୁ ଏପରି ଘଟଣା ଘଟିଥିଲା ।

Share this story