ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ଭଉଣୀକୁ ଉଠାଇନେଲା କ୍ରେନ, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ EXCLUSIVE ଭିଡ଼ିଓ...

Andhra Pradesh Chief Ministers sister was lifted by crane by police

ଓଡ଼ିଆ ଗସିପ ବ୍ୟୁରୋ: ହାଇଦ୍ରାବାଦରୁ ଆସିଛି ଏକ ବଡ ଆଶ୍ଚର୍ଯ୍ୟ କର ଘଟଣା, ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ଭଉଣୀଙ୍କୁ କ୍ରେନରେ ଉଠାଇ ନେଲା ପୋଲିସ । ତେଲେଙ୍ଗାନା ନେତ୍ରୀ ୱାଇଏସ୍ ଶର୍ମିଲାଙ୍କ କାରକୁ କ୍ରେନରେ ଭିଡି ନେଉଥିବାର ଦେଖାଯାଉଛି ।

ପୋଲିସ କ୍ରେନରେ କାରକୁ ଭିଡି ନେଉଥିବା ବେଳେ ସେଥିରେ ୱାଇଏସ୍ ଶର୍ମିଲା ବସିଥିଲେ । ସରକାରଙ୍କ ବିରୋଧରେ ପଦଯାତ୍ରା ବେଳେ ଘଟିଛି ଏହି ଘଟଣା ।

ଶର୍ମିଳାଙ୍କ ୱାଇଏସଆର ତେଲେଙ୍ଗାନା ପାର୍ଟି ରାଜ୍ୟରେ ଚନ୍ଦ୍ର ଶେଖର ରାଓ ସରକାରଙ୍କ ବିରୋଧରେ ଏବେ ପଦଯାତ୍ରା କରୁଛନ୍ତି । ଶର୍ମିଲାଙ୍କ ଏହି ପଦଯାତ୍ରା ରାଜ୍ୟରେ ଏପର୍ଯ୍ୟନ୍ତ ୩ହଜାର ୫୦ ୦କିଲୋମିଟର ଅତିକ୍ରମ କଲାଣି । ପଦଯାତ୍ରା କାଳରେ ସେ କେ.ସି.ଆର ସରକାରଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଡିଶା ସଚିବାଳୟ ଭିତରକୁ ଧସେଇ ପଶିଲେ ମହିଳା, କହିଲେ ମୋ ଝିଅକୁ ନ୍ୟାୟ ଦରକାର, ଦେଖନ୍ତୁ ଭିଡ଼ିଓ...

ମଙ୍ଗଳବାର ଶର୍ମିଲାଙ୍କ ପଦଯାତ୍ରା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସରକାରୀ ବାସଭବନ ‘ପ୍ରଗତି’ ଆଡକୁ ମୁହାଁଇଥିଲା । ଏଥିରେ ଶର୍ମିଳା ପଦଯାତ୍ରାର ନେତୃତ୍ୱ ନେବା ଲାଗି ନିଜ କାରରେ ବସିବାମାତ୍ରେ ପୋଲିସ କ୍ରେନଲଗାଇ ତାଙ୍କ ସହ କାରକୁ ଘୋଷାଡି ନେଇଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୋଲିସ ଘୋଷାଡି ନେଉଥିବା କାରରେ ଶର୍ମିଲାଙ୍କୁ ବସିଥିବାର ଦେଖାଯାଉଛି । ପୋଲିସ କାରକୁ କ୍ରେନରେ ଘୋଷାଡି ନେଉଥିବା ବେଳେ କାର ସହ ଶର୍ମିଲାଙ୍କ ସମର୍ଥକ ଓ କର୍ମୀମାନେ ଦଉଡୁଥିବାର ଦେଖାଯାଇଛି ।

ଦେଖନ୍ତୁ ଭିଡ଼ିଓ :

ପୋଲିସ କ୍ରେନରେ କାରକୁ ଘୋଷାଡି ନେବା ଯୋଗୁ କାର କାଚ ମଧ୍ୟ ଫାଟି ଯାଇଛି । ଭିଡିଓରେ କାର କାଚର ଫାଟ ମଧ୍ୟ ଦେଖାଯାଉଛି ।

Share this story